Categories: ଜାତୀୟ

ରତନଲାଲ କଟାରିଆଙ୍କ ପରଲୋକ

ନୂଆଦିଲ୍ଲୀ,୧୯ା୫: ଭାରତୀୟ ଜନତା ପାର୍ଟି (ଭାଜପା)ର ଅମ୍ବାଲା ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା। ୩ ଥର ଏମ୍‌ପି ରହିଥିବା କଟାରିଆ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପିଜିଆଇ ଚଣ୍ଡିଗଡ଼ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଦେହାନ୍ତ ଘଟିଛି। କଟାରିଆ ୭ ଜୁଲାଇ ୨୦୨୧ ଯାଏ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

Share