Posted inରାଜ୍ୟ

ଖବରଦାତା ନିର୍ମଳ ପଣ୍ଡାଙ୍କ ପରଲୋକ

ମାହାଙ୍ଗା/ନିଶ୍ଚିନ୍ତକୋଇଲି,୭ା୭(ଯଯାତି ସିଂହ/ଅଶୋକ କୁମାର ମହାପାତ୍ର)ବରିଷ୍ଠ ଖବରଦାତା ନିର୍ମଳ ପଣ୍ଡାଙ୍କ ଶନିବାର ପରଲୋକ ଘଟିଛି। ତାଙ୍କୁ ୪୯ ବର୍ଷ ହୋଇଥିଲା। ତାଙ୍କ ଘର ମାହାଙ୍ଗା ବ୍ଲକ ଅନ୍ତର୍ଗତ ଉଷୁମା ଗ୍ରାମରେ। ସେ ମଧ୍ୟାହ୍ନରେ ବଜାରରୁ ଫେରି ଘରେ ଶୋଇଥିଲେ। ଦେହରୁ ପ୍ରବଳ ଝାଳ ବାହାରିବାରୁ ପରିବାର ଲୋକେ ତାଙ୍କୁ ଓଦା କପଡ଼ାରେ ପୋଛାପୋଛି କରିଥିଲେ। ଏହାପରେ ସେ ଶୋଇପଡ଼ିଥିଲେ। ଅପରାହ୍ନ ୪ଟା ପର୍ଯ୍ୟନ୍ତ ସେ ନିଦରୁ ନ ଉଠିବାରୁ ପରିବାର ଲୋକେ ତାଙ୍କୁ ଡାକିଥିଲେ। କିନ୍ତୁ ସେ ଉଠି ନ ଥିଲେ ା ତୁରନ୍ତ ନିର୍ମଳଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସାରୁ ନିର୍ମଳଙ୍କ ମୃତ୍ୟୁ ହୃଦ୍‌ଘାତରୁ ହୋଇଥିବା କୁହାଯାଉଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି।
ସେ ଜଣେ ଦକ୍ଷ, ନିର୍ଭୀକ ଏବଂ ପରୋପକାରୀ ଖବରଦାତା ଭାବେ ସାରା ରାଜ୍ୟରେ ସୁପରିଚିତ ଥିଲେ ା ମାହାଙ୍ଗାରେ ଧରିତ୍ରୀ ଖବରଦାତା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବାଲେଶ୍ୱର, ଝାରସୁଗୁଡ଼ା ଏବଂ କଟକ ଜିଲା ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ। ପରେ ସେ ଅନ୍ୟାନ୍ୟ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି। ତାଙ୍କ ମୃତ୍ୟୁ ଖବରପାଇ ମାହାଙ୍ଗାର ଖବରଦାତା, ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଓ ବିଧାୟକ ସାରଦା ପ୍ରସାଦ ପ୍ରଧାନ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଶୋକବ୍ୟକ୍ତ କରିଛନ୍ତି ା ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଭାଜପା ନେତା ସୁମନ୍ତ ଘଡେଇ,କଂଗ୍ରେସ ନେତା ଦେବେନ୍ଦ୍ର ସାହୁ,ଡ. ବିଜୟାନନ୍ଦ ସିଂହ, ସେକ୍‌ ମସୁଦ ଅଲ୍ଲି, ବ୍ଲକ ଅଧ୍ୟକ୍ଷା ଦୀପା ମଲିକ, ବ୍ଲକ୍‌ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା, ଶରତ ମହାପାତ୍ର, ଖବରଦାତା ସୁମନ୍ତ ଜେନା, ଭକ୍ତଚରଣ ସାହୁ, ଅଜୟ ମହାନ୍ତି, ପ୍ରଶାନ୍ତ ମିଶ୍ର, ଅଖିଳେଶ ମହାନ୍ତି, ରଶ୍ମିରଞ୍ଜନ ମହାନ୍ତି, ଲକ୍ଷ୍ମୀଧର ଖୁଣ୍ଟିଆ, ଦୀପକ ସାହୁ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଶେଷ ଦର୍ଶନ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ ନିଶ୍ଚିନ୍ତକୋଇଲି ବ୍ଲକର ବରିଷ୍ଠ ଖବରଦାତା ବଲ୍ଲଭ ଚରଣ ପଲେଇ, ଅଶୋକ ମହାପାତ୍ର, ପ୍ରଫୁଲ୍ଲ ଦାସ, ସମୀର ରଞ୍ଜନ ନିହାଣ, ଲକ୍ଷ୍ମଣ ଦାସ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ରବିବାର ଗ୍ରାମରେ ନିର୍ମଳଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri