ବରିଷ୍ଠ ଆଇନଜୀବୀଙ୍କ ପରଲୋକ: ଶୋକ ବ୍ୟକ୍ତ କଲେ ଏମ୍‌ପି ବିଧାୟକ

ଭଦ୍ରକ ଅଫିସ, ୧୪।୫: ଭଦ୍ରକ ସହରର ବରିଷ୍ଠ ଆଇନଜୀବୀ ରାୟ ରମାନନ୍ଦ ମହାପାତ୍ରଙ୍କର ୬୮ ବର୍ଷରେ ଶନିବାର ରାତିରେ ହୃଦଘାତରେ ପରଲୋକ ହୋଇଛି । ସେ ଏକାଧାରରେ ଜଣେ ଆଇନଜୀବୀ, ନାଟ୍ୟ ନିର୍ଦ୍ଦେଶକ, ଶ୍ରୀରାମ ନବମୀ ମହୋତ୍ସବ କମିଟି ସଭାପତି, ଚକାଡୋଳା ନାଟ୍ୟ ସଂସଦ ସମେତ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ।ତାଙ୍କର ମୃତ୍ୟୁ ଖବର ପାଇବା ପରେ ଏମପି ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ବାଇଁ, ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, ଭାଜପା ନେତା ଡା. ପ୍ରଦୀପ ନାୟକ,କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ସମେତ ବହୁ ରାଜନେତା ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୃତଦେହକୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।