ପ୍ରସିଦ୍ଧ ଗାୟିକାଙ୍କ ପରଲୋକ

ଆମେରିକାର ପ୍ରସିଦ୍ଧ ଗାୟିକା ତଥା ଗୀତିକାର ଲିସା ମାରି ପ୍ରେସଲି ଆଉ ନାହାଁନ୍ତି। ସେ ୫୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ଆକ୍ରାନ୍ତ ପରେ ପ୍ରେସଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲିସା ଆମେରିକାର ସ୍ବର୍ଗତ ଅଭିନେତା, ଗାୟକ ତଥା ସଂଗୀତଜ୍ଞ ଏଲଭିସ ପ୍ରେସଲିଙ୍କ ଝିଅ ଥିଲେ। ଗାୟିକାଙ୍କ ହଠାତ୍‌ ପରଲୋକରେ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଲିସା ପ୍ରେସଲି ସ୍ବର୍ଗତ ପପ ଗାୟକ ମାଇକେଲ ଜ୍ୟାକସନଙ୍କୁ ବିବାହ କରିଥିଲେ। ତେବେ ପରେ ଦୁହେଁ ଛାଡପତ୍ର ହୋଇଥିଲେ। ଉଭୟଙ୍କ ବିବାହ ୧୯୯୪ ରୁ ୧୯୯୬ ପର୍ଯ୍ୟନ୍ତ ଚାଲିଥିଲା।

Share