Categories: ଜାତୀୟ

ମହାନ କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କ ପରଲୋକ

ନୂଆଦିଲ୍ଲୀ,୨୮।୯: ଭାରତର ମହାନ କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କ ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୯୮ ବର୍ଷ ହୋଇଥିଲା। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ସେ ସକାଳ ୧୧.୨୦ରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ସେ ୭ ଅଗଷ୍ଟ ୧୯୨୫ରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତରେ ସବୁଜ ବିପ୍ଳବର ପିତା ଭାବରେ ଜଣାଶୁଣା।
ସ୍ବାମୀନାଥନ କୃଷି ବିଭାଗର ବୈଜ୍ଞାନିକ ଥିଲେ। ସେ ୧୯୭୨ ରୁ ୧୯୭୯ ପର୍ଯ୍ୟନ୍ତ ‘ଇଣ୍ଡିଆନ୍‌ କାଉସିଲ୍ସ ଅଫ୍‌ ଏଗ୍ରିକଲଚର୍‌ ରିସର୍ଚ’ର ଚେୟାରମ୍ୟାନ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ବିଭିନ୍ନ ପ୍ରକାରର ଧାନ ବିକଶିତ କରିଥିଲେ, ଯାହା ଭାରତର ସ୍ବଳ୍ପ ଆୟକାରୀ କୃଷକମାନଙ୍କୁ ଅଧିକ ଧାନ ଉତ୍ପାଦନ କରିବାରେ ସକ୍ଷମ କରିଥିଲା। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ।

Share