Categories: ଜାତୀୟ

ବିଷ ପିଇଥିବା ମହିଳାଙ୍କ ପାଟିରୁ ବାହାରିଲା ନିଆଁ: ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ଆଲିଗଡ଼,୧୭।୫: ଆଲିଗଡ ମୁସଲିମ ୟୁନିଭର୍ସିିଟିର ଜେଏନ୍‌ ମେଡିକାଲ କଲେଜରେ ଗତ ବୁଧବାର ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଜଣେ ମହିଳା ବିଷ ପିଇ ଦେଇଥିବାରୁ ତାଙ୍କୁ ଉକ୍ତ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ମହିଳାଙ୍କ ନାକରେ ନଳୀ ଲଗାଇ ସିରିଞ୍ଜ ମାଧ୍ୟମରେ ବିଷ କାଢିବାକୁ ଚେଷ୍ଟା କରିବା ବେଳେ ତାଙ୍କ ପାଟିରୁ ନିଆଁ ବାହାରିଥିବା ଦେଖିବାକୁ ମିଳିଥିଲା। ଯାହା ମେଡିକାଲ ସାଇନ୍ସରେ ପ୍ରଥମ ଥର ବୋଲି କୁହାଯାଉଛି। ତେବେ ବିଷ ବାହାରିବା ପରିବର୍ତ୍ତେ ମହିଳାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ମହିଳାଙ୍କ ପାଟିରୁ ଫୋସିଲ ଗ୍ୟାସ ନିର୍ଗତ ହୋଇଥିବା କୁହାଯାଇଛି। ତେବେ ମେଡିକାଲ ସାଇନ୍ସରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି। ଏହି ସମସ୍ତ ଘଟଣା ସିସିଟିଭିରେ ରେକର୍ଡ କରାଯାଇଛି।

Share