ସନ୍ଦେହ ଘେରରେ ଜିଲା ପରିଷଦ ସଭ୍ୟଙ୍କ ମୃତ୍ୟୁ, ମିଳିଥିବା ମୋବାଇଲ୍‌ ଖୋଲିବ କି ଗୁମର

ଭୁବନେଶ୍ୱର,୨୪।୯: ପୁରୀ ୧୧ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଛି। ଜିଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ଦିତ୍ୱୀୟ ଥର ଲାଗି ଫରେନସିକ୍‌ ଟିମ ଘଟଣାସ୍ଥଳରେ ଡଗ ସ୍କ୍ବାର୍ଡ ସହ ଛାନଭିନ୍‌ ଚଳାଇଛି। ଏହି ସମୟରେ ଧର୍ମେନ୍ଦ୍ରଙ୍କ ଘର ନିକଟ ଏକ ପ୍ଲଟରୁ ପାଣି ଥିବା ସ୍ଥାନରୁ ୨ଟି ମୋବାଇଲ ମିଳିଛି। ତେବେ ମିଳିଥିବା ୨ଟି ମୋବାଇଲ ଧର୍ମେନ୍ଦ୍ରଙ୍କର କି ନୁହେଁ ତାହା ପୋଲିସ ଯାଞ୍ଚ କରୁଛି । ଭୁବନେଶ୍ବର ଧଉଳି ଥାନା ଶିଶୁପାଳଗଡ଼ ଲକ୍ଷ୍ମୀ ବିହାରସ୍ଥିତ ଘରୁ ଶନିବାର ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଧର୍ମେନ୍ଦ୍ର ୧୫ ଦିନ ତଳେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

Share