୬ ସରପଞ୍ଚଙ୍କୁ ହତ୍ୟା ଧମକ: ଗୋଟିଏ ନମ୍ବରରୁ ଆସୁଛି ଫୋନ କଲ୍‌

ଫୁଲବାଣୀ,୧୭ା୧୦(ରାକେଶ କୁମାର ରାଉତ): କିଛି ଦିନ ହେବ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ୬ ଜଣ ସରପଞ୍ଚଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଲାଲ ବାହିନୀରୁ କହୁଛି କହି ବହୁ ପରିମାଣର ଅର୍ଥ ଦାବି କରାଯାଇଛି। ଏହା ନ ଦେଲେ ହତ୍ୟା କରାଯିବ ବୋଲି କୁହାଯାଉଛି। ୬ ଜଣ ସରପଞ୍ଚଙ୍କୁ ଅର୍ଥ ଦେବା ଲାଗି ଭିନ୍ନଭିନ୍ନ ଦିନ ସ୍ଥିର କରାଯାଇଥିବା ନେଇ ସରପଞ୍ଚମାନେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଏ ଯାଏ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁ ନାହିଁ ।
ପ୍ରକୃତରେ ମାଓମାଦୀ ନା ଆଉ କିଏ ଧମକ ଦେଉଛି ତାହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।
ଫିରିଙ୍ଗିଆ ବ୍ଲକରେ ମାଓବାଦୀଙ୍କ ଗତିବିଧି ରହିଛି । ୩/୪ ଦିନ ହେବ ୬ ଜଣ ସରପଞ୍ଚଙ୍କୁ ଗୋଟିଏ ନମ୍ବରରୁ ଫୋନ କରାଯାଇଛି  । ବ୍ୟକ୍ତି ଜଣକ ପ୍ରଥମେ ଲାଲ ସାଲାମ କହି ଲକ୍ଷାଧିକ ଟଙ୍କା ମାଗୁଛନ୍ତି । ଆଗକୁ ଶହୀଦ ସପ୍ତାହ ଆସୁଥିବାରୁ ଟଙ୍କା ଖର୍ଚ୍ଚ କରାଯିବ । କିଛି ଦିନ ହେବ ମାଓବାଦୀ ସଂଗଠନକୁ କେନ୍ଦ୍ରୀୟ କମିଟିରୁ ଟଙ୍କା ଆସୁ ନଥିବାରୁ କୌଣସି କାର୍ଯ୍ୟକ୍ରମ ହୋଇପାରୁ ନାହିଁ ବୋଲି ସରପଞ୍ଚ ମାନଙ୍କୁ କୁହାଯାଇଛି । କେଉଁ ସରପଞ୍ଚ କେଉଁ ଦିନ ଟଙ୍କା ଦେବ ସେଥିନେଇ ସେମାନଙ୍କୁ ତାରିଖ କୁହାଯାଇଛି। ଟଙ୍କା ନ ଦେଲେ ସୁମେରବନ୍ଧ ପୂର୍ବତନ ସରପଞ୍ଚ ସୁବଳ ପ୍ରଧାନଙ୍କୁ ହତ୍ୟା କଲା ଭଳି ତୁମକୁ ହତ୍ୟା କାରାଯିବ ବୋଲି ଧମକ ଦିଆଯାଇଛି। ଏ ନେଇ ସଦର ଏସ୍‌ଡିପିଓ ସୁପ୍ରଶନ୍ନ ମଲ୍ଲିକଙ୍କୁ ପଚାରିବାରୁ ଫୋନ ନମ୍ବର କୁ ଯାଞ୍ଚ କରାଯାଉଛି । ଏଥିପାଇଁ ଏକ ଟିମ ଗଠନ କରାଯାଇଛି । ମାଓବାଦୀ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri