ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓଙ୍କୁ ହତ୍ୟା ଧମକ: ତେଜୁଛି ବିଜେଡି-ଭାଜପା କଳି

କୁଜଙ୍ଗ, ୧୭।୯(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଡିଓ ଦୀପକ ପ୍ରସାଦ ସ୍ବାଇଁଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏହି ଘଟଣାକୁ ନେଇ ପାରାଦୀପରେ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ଖବରଦାତା ସମ୍ମିଳନୀ ଡାକି ପରସ୍ପରକୁ ଦୋଷ ଦେଉଛନ୍ତି।
ଜିରୋ ପଏଣ୍ଟ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଭୂତମୁଣ୍ଡେଇ ସରପଞ୍ଚ ରୋହିତ ଜେନାଙ୍କ ସଂଯୋଜନାରେ ଖବରଦାତା ସମ୍ମିଳନୀ ଡକାଯାଇ କୁହାଯାଇଛି ଯେ, ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ନିର୍ମାଣ ସମୟରେ ଅଶାନ୍ତ ପରିବେଶ ସୃଷ୍ଟି କରିଥିବା ବିଜେଡି ନେତା ବାପି ସର୍ଖେଲ କୁଜଙ୍ଗରେ ବଳ ପ୍ରୟୋଗ କରିବାକୁ ଉଦ୍ୟମ କରୁଛନ୍ତି। ଏହାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଗତ ୧୩ ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁଙ୍କ ଇଙ୍ଗିତରେ କୁଜଙ୍ଗ ବିଡିଓଙ୍କୁ କେତେଜଣ ହାତଗଣତି ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସେମାନଙ୍କ ସ୍ବାମୀମାନେ ସମ୍ମିଳନୀ କକ୍ଷରେ କବାଟ ଦେଇ ଫଲ୍ସ ବିଲ୍‌ରେ ଦସ୍ତଖତ କରିବାକୁ ବାଧ୍ୟ କରିବା ସହ ହତ୍ୟା ଧମକ ଦେଇଥିଲେ। ଏହି ଘଟଣାର ଦୁଇଦିନ ପୂର୍ବରୁ ଷଣ୍ଢପୁର କାର୍ଯ୍ୟାଳୟରେ କେତେଜଣ ନିର୍ବାଚିତ ପ୍ରତିନିଧିଙ୍କୁ ଏକାଠି କରି ବିଡିଓଙ୍କୁ ଘେରାଉ କରି ଜୋରଜବରଦସ୍ତ କରିବାକୁ ସର୍ଖେଲ ପରାମର୍ଶ ଦେଇଥିଲେ। ଏହାର ପ୍ରତିଫଳନ ୧୩ ତାରିଖରେ ଦେଖିବାକୁ ମିଳଥିଲା। ରୋହିତ ଆହୁରି କହିଛନ୍ତି, ୨୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଫତେପୁର ପଞ୍ଚାୟତ ଟେରାକୋଟା କେନ୍ଦ୍ର, ପିୟୁଆର୍‌ଏ ଯୋଜନାରେ ଭୂତମୁଣ୍ଡେଇଠାରେ ହୋଇଥିବା ମାର୍କେଟ କମ୍ପ୍ଲେକ୍ସର ବିଦ୍ୟୁତୀକରଣ ପାଇଁ ଖର୍ଚ୍ଚ ହୋଇଥିବା ୯ ଲକ୍ଷ ଟଙ୍କାରେ ବ୍ୟାପକ ଦୁର୍ନୀତି ହୋଇଛି। ସେହିପରି ବ୍ଲକ କାର୍ଯ୍ୟାଳୟ ବିଦ୍ୟୁତୀକରଣ ପାଇଁ ଖର୍ଚ୍ଚ ହୋଇଥିବା ୨୨ ଲକ୍ଷ ଟଙ୍କାରେ ମଧ୍ୟ ହେରଫେର ହୋଇଛି। ଏହାକୁ ଲୁଚାଇବା ପାଇଁ ଅଧ୍ୟକ୍ଷା ଏସବୁ ନାଟକ କରୁଛନ୍ତି ବୋଲି ସେ କହିଥିଲେ । ଏହାର ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ରୋହିତ କହିଥିଲେ। କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ ଅଭିଯୋଗ କରିଛନ୍ତି, ଅଣଆନୁଷ୍ଠାନିକ ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା କେତେଜଣ ହାତଗଣତି ପ୍ରତିନିଧିଙ୍କୁ ଉସୁକେଇ ବିଡିଓଙ୍କୁ ଜୋରଜବରଦସ୍ତ ସମ୍ମିଳନୀ କକ୍ଷକୁ ନେଇ ଦୁର୍ବ୍ୟବହାର କରିଥିଲେ। ସେହିସମୟରେ ତାଙ୍କ କାମ ପଡ଼ିବାରୁ ବିଡିଓଙ୍କ ନିକଟକୁ ଯାଇଥିଲେ। ସେଠାରେ ଅଧ୍ୟକ୍ଷାଙ୍କ ସମେତ କେତେଜଣ ନିର୍ବାଚିତ ପ୍ରତିନିଧି ବିଡିଓଙ୍କୁ ନିର୍ଯାତନା ଦେଉଥିବା ଦେଖି ସମ୍ମିଳନୀ କକ୍ଷ ବାହାରେ ଥିବା ପୋଲିସକୁ ଜଣାଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଲିଆ ସରପଞ୍ଚ ସରୋଜିନୀ ନାୟକ, ବାଗୋଇ ସରପଞ୍ଚ ପ୍ରବଞ୍ଜଳୀ ସେଠୀ, ଗଣ୍ଡକିପୁର ସରପଞ୍ଚ ବନିତା ପ୍ରିୟଦର୍ଶିନୀ, ପଙ୍କପାଳ ସରପଞ୍ଚ ସରୋଜ ସେଠୀ, ନୂଆଗଡ ସରପଞ୍ଚ ଦେବେନ୍ଦ୍ର ରାଉତ, ପ୍ରଜ୍ଞାଦୀପ୍ତ ପଟ୍ଟନାୟକ, ଅଭୟ ପରିଡ଼ା, ଗୋଟିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ବାଇଁଙ୍କ ସମେତ ୧୫ରୁ ଊଦ୍ଧର୍‌ବ ସରପଞ୍ଚ ଉପସ୍ଥିତ ଥିଲେ।
ରବିବାର ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ବାପି ସର୍ଖେଲ ଓ ଅଧ୍ୟକ୍ଷା ସାହୁ ଖବରଦାତା ସମ୍ମିଳନୀ ଡାକି ଅଭିଯୋଗ କରିଥିଲେ ଯେ, ଭାଜପା ସମର୍ଥତ୍ତ ପ୍ରତିନିଧି ଗୁଣ୍ଡାବାହିନୀ ଡାକି ବିଡିଓଙ୍କୁ ଆକ୍ରମଣ କରିଥିଲେ। ଏନେଇ ୩ ଦିନ ହେବ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲିସ ସେମାନଙ୍କୁ ଗିରଫ କରୁନାହିଁ। ଅଭିଯୁକ୍ତମାନଙ୍କୁ ୩ ଦିନ ମଧ୍ୟରେ ଗିରଫ କରା ନ ଗଲେ ସେପ୍ଟେମ୍ବର ୨୦ରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri