Categories: ଜାତୀୟ

ଭାଜପା ଏମ୍‌ପିଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର ଭଦୋହିରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ରମେଶ ବିନ୍ଦଙ୍କୁ ହତ୍ୟା ମିଳିଛି। ଏନେଇ ସେ ଗୋପିଗଞ୍ଜ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରିଛନ୍ତି। ଜଣେ ଅଜଣା ବ୍ୟକ୍ତି ତାଙ୍କୁ ମୋବାଇଲରେ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ କରିଥିବା ପୋଲିସ ଅଧୀକ୍ଷକ ମୀନାକ୍ଷୀ କାତ୍ୟାନ ରବିବାର କହିଛନ୍ତି। ତାଙ୍କ ମୋବାଇଲ ଫୋନରେ ଏକ ମେସେଜ୍‌ ପଠାଯାଇଥିଲା ଯେ ସେ ଭଦୋହିକୁ ଆସିବା ମାତ୍ରେ ତାଙ୍କୁ ତ୍ୟା କରାଯିବ। ଏହି ମେସେଜ୍‌ ତାଙ୍କୁ ଅଗଷ୍ଟ ୧୧ ସନ୍ଧ୍ୟା ୭.୪୯ରେ ୧୧ ଥର ଆସିଥିଲା। ଏହି ଘଟଣାରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଅନୁସନ୍ଧାନ କରାଯାଉଥିବା ପୋଳିସ କହିଛି। ଏହାପୂର୍ବରୁ ଦିଲ୍ଲୀ ଏମ୍‌ପି ରମେଶ ବିନ୍ଦଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଟଙ୍କା ମାଗିଥିଲେ। ଏହି ମାମଲାରେ ମିଥାଇଲେଶ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା।

Share