Categories: ଜାତୀୟ

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୩।୮: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଛି। ଉତ୍ତରପ୍ରଦେଶର ବରେଲିରେ ଅନାସ ଅନସାରୀ ନାମକ ଜଣେ ଯୁବକ ତାଙ୍କୁ ଏହି ଧମକ ଦେଇଥିବା ଜଣାପଡିଛି। ଏଠାରେ ଅନାସ ଅନସାରୀ ଇନଷ୍ଟାଗ୍ରାମରେ ଏକ ଧମକପୂର୍ଣ୍ଣ ପୋଷ୍ଟ କରି ଲେଖିଛନ୍ତି ଯେ, ବାବାଙ୍କ ଉପରେ ମୃତ୍ୟୁ ଖଣ୍ଡା ଝୁଲୁଛି। ହିନ୍ଦୁ ଜାଗରଣ ମଞ୍ଚ ସନାତନ ଧର୍ମ ଏବଂ ଏହାର ପ୍ରଚାରକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସମ୍ପର୍କରେ ବିବାଦୀୟ ପୋଷ୍ଟ ଉପରେ ହାଫିଜଗଞ୍ଜ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି।
ହିନ୍ଦୁ ଜାଗ୍ରନ ମଞ୍ଚ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ରେ ପୋଷ୍ଟ କରି ଏହି ସମଗ୍ର ମାମଲା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏହା ପରେ ପୋଲିସ ଏକ ମାମଲା ରୁଜୁ କରିଛି। ଏହା ସହିତ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି।

Share