Posted inଜାତୀୟ

ଗଡ଼କରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, ୧୭ା୫: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କୁ ସୋମବାର ସନ୍ଧ୍ୟାରେ ହତ୍ୟା ଧମକ ମିଳିବା ପରେ ଦିଲ୍ଲୀ ପୋଲିସ ଏହାର ତଦନ୍ତ ଚଳାଇଛି। ଗଡ଼କରୀଙ୍କ ନୂଆଦିଲ୍ଲୀ ବାସଭବନକୁ କେହି ଅଜଣା ବ୍ୟକ୍ତି ଫୋନ୍‌ କରି ମନ୍ତ୍ରୀଙ୍କ ସହ କଥା ହେବାକୁ ଦାବି କରିବା ସହ ଧମକ ଦେଇଥିଲେ। ବାସଭବନର ଅଧିକାରୀ ତୁରନ୍ତ ପୋଲିସକୁ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଛି। ଏହା ଗଡ଼କରୀଙ୍କୁ ଦ୍ୱିତୀୟ ହତ୍ୟା ଧମକ। ଗତ ଜାନୁୟାରୀରେ ମହାରାଷ୍ଟ୍ରରେ ଥିବା ତାଙ୍କ ଅଫିସ ଓ ବାସଭବନକୁ ଧମକ ଆସିଥିଲା। କର୍ନାଟକର ବେଲାଗାଭି ଜେଲ୍‌ରୁ ଜଣେ ଗ୍ୟାଙ୍ଗ୍‌ଷ୍ଟର ତଥା ହତ୍ୟା ଅପରାଧୀ ଫୋନ୍‌ କରି ଏଭଳି ଧମକ ଦେଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନରେ ତିନି ଦିନିଆ ଅସ୍ତ୍ରବିରତି ଘୋଷଣା କଲେ ପୁଟିନ

ନୂଆଦିଲ୍ଲୀ,୨୮।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି।କ୍ରେମଲିନ କହିଛି ଯେ ଏହି ଅସ୍ତ୍ରବିରତି ମେ ୮ ତାରିଖ...

ଡ୍ୟାମ ଗେଟ ବନ୍ଦ: ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର,୨୮ା୪: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ତରା ପଞ୍ଚାୟତ ଦାମପୁର ଓ କାନପୁର ଗ୍ରାମର ଚାଷୀମାନେ ଖରାଟିଆ ଧାନ ଫସଲ କରିଛନ୍ତି। ତେବେ କାନପୁର...

ସାବୁନ ଫେଣର କଥା: ସାବୁନ ଯେଉଁ ରଙ୍ଗର ହେଉ ନା କାହିଁକି ଫେଣ କିନ୍ତୁ ଧଳାରଙ୍ଗ ଜାଣନ୍ତୁ କାହିଁକି ?

ଗାଧୋଇବା ସମୟରେ ହେଉ କି ଲୁଗା ସଫା ଅବା ବାସନ ମାଜିବାବେଳେ ବ୍ୟବହାର କରାଯାଉଥିବା ସାବୁନ୍‌ରୁ ଫେଣ ବାହାରୁଥିବା ଦେଖିଥିବେ। ସାବୁନ ଯେଉଁ ରଙ୍ଗର ହେଉ...

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର,୨୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ବ୍ଲକ ଅଧୀନ ନରଣପୁରରେ ଥିବା ସାହୁ ଜୁଏଲାରୀ ମାଲିକ ଦୀପକ ସାହୁଙ୍କୁ ଆକ୍ରମଣ କରି ୫ ଲକ୍ଷରୁ...

ଭୁବନେଶ୍ୱର ଷ୍ଟେଶନରେ ହାଇ ଆଲର୍ଟ: ଆର୍‌ପିଏଫ୍‌ର ଫ୍ଳାଗ ମାର୍ଚ୍ଚ

ଭୁବନେଶ୍ୱର,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଦିଲ୍ଲୀ,...

ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୮।୪: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା...

ମନ୍ତ୍ରୀଙ୍କ ପାଖଲୋକ କହି ହାଇପ୍ରୋଫାଇଲ ଠକେଇ: ମାଡ଼ିବସିଲା ପୋଲିସ

ଦେବଗଡ,୨୮ା୪(ଶଶାଙ୍କ ଶେଖର ଝାଙ୍କର):ନିଜକୁ ପ୍ରଭାବଶାଳୀ ନେତା, ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଅଭିନବ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

୧୦୦ ବିଶୃଙ୍ଖଳିତ ଭିସୁଟ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୮।୪(ପ୍ରମୋଦ ବହିଦାର): ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ୧୦୦ ଜଣ ଛାତ୍ରଙ୍କ ହିରୋଧରେ ବିଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ। ଭିସୁଟ ଶୃଙ୍ଖଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image