Categories: ଜାତୀୟ

କର୍ନାଟକ ହାଇକୋର୍ଟ ବିଚାରପତିଙ୍କୁ ହତ୍ୟା ଧମକ

ବେଙ୍ଗାଲୁରୁ,୨୫ା୭: କର୍ନାଟକ ହାଇକୋର୍ଟର କେତେଜଣ ବିଚାରପତିଙ୍କୁ ହ୍ବାଟ୍ସଆପ୍‌ରେ ହତ୍ୟା ଧମକ ମିଳିବା ପରେ ସେଣ୍ଟ୍ରାଲ ସିଇଏନ୍‌ କ୍ରାଇମ୍‌ ଥାନା ଅଜଣା ସନ୍ଦିଗ୍ଧଙ୍କ ନାଁରେ ମାମଲା ରୁଜୁ କରିଛି। ଏନେଇ ହାଇକୋର୍ଟର ପ୍ରେସ୍‌ ରିଲେଶନ ଅଫିସର କେ. ମୁରଲୀଧର ଗତ ୧୪ ତାରଖରେ ଅଭିଯୋଗ ଦାଏର କରିଥିଲେ। ଅଭିଯୋଗ ଅନୁଯାୟୀ ୧୨ ତାରିଖ ସନ୍ଧ୍ୟାରେ ସେ ଅନ୍ତର୍ଜାତୀୟ ନମ୍ବରରୁ ହ୍ବାଟ୍ସଆପ୍‌ରେ ଧମକପୂର୍ଣ୍ଣ ବାର୍ତ୍ତା ପାଇଥିଲେ। ହିନ୍ଦୀ, ଉର୍ଦ୍ଦୁ ଓ ଇଂଲିଶରେ ଆସିଥିବା ଉକ୍ତ ବାର୍ତ୍ତାରେ ମୁରଲୀଧରଙ୍କ ସହ ୫ ବିଚାରପତିଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ସେମାନେ ହେଲେ ଜଷ୍ଟିସ ମହମ୍ମଦ ନାଓ୍ବାଜ, ଏଚ୍‌.ଟି. ନରେନ୍ଦ୍ର ପ୍ରସାଦ, ଅଶୋକ ଜି. ନିଜଗନ୍ନାଭାର (ଅବସରପ୍ରାପ୍ତ), ଏଚ୍‌.ପି. ସନ୍ଦେଶ, କେ. ନଟରାଜନ ଏବଂ ବି. ବୀରାପ୍ପା(ଅବସରପ୍ରାପ୍ତ)। ଦୁବାଇର ଏକ ଗ୍ୟାଙ୍ଗ ଜରିଆରେ ଏହି ବାର୍ତ୍ତା ଆସିଥିବା ପୋଲିସ କହିଛି।

Share