କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ

କୋରାପୁଟ,୧୫ା୯(ଅମିତାଭ ବେହେରା): କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଡ଼ାଲଙ୍କୁ ଫେସ୍‌ବୁକରେ ଜଣେ ଯୁବକ ହତ୍ୟା ଧମକ ଦେଇଛନ୍ତି। ଏଥିରେ ଭୟଭୀତ ହୋଇ ବିଧାୟକ ପଡ଼ାଲ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଛି। ଖବରରୁ ଜଣାପଡିଛି, ସୋସିଆଲ ମିଡ଼ିଆ ଫେସବୁକ ଗ୍ରୁପରେ ଲମତାପୁଟ ଅଞ୍ଚଳର ଯୁବକ ପୱନ କୁମାର ବିଧାୟକ ପଡାଲଙ୍କୁ ଗୁରୁବାର ଧମକଚମକ ଦେବାସହ ତାଙ୍କୁ ଗୁଳିକରି ହତ୍ୟା କରିବାକୁ ଲେଖିଥିଲେ। ହତ୍ୟା ଧମକ ମିଳିବା ପରେ ବିଧାୟକ ସମ୍ପୃକ୍ତ ଯୁବକ ପୱନଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ କରବା ପରେ ଏହାକୁ ଭତ୍ତିକରି ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଅନ୍ୟପକ୍ଷରେ ବିଧାୟକ ପଡ଼ାଲ ଯଦି ନିଜ ନିର୍ବାଚନମଣ୍ଡଳୀରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ତେବେ ଜନସାଧାରଣଙ୍କୁ କିପରି ସୁରକ୍ଷା ଦେବେ ବୋଲି ଭାଜପା ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି।

Share