ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ: ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି,୨୦।୯: ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ଘଟଣାର ପ୍ରତିବାଦରେ ମଙ୍ଗଳବାର ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି।  ସକାଳ ୬ ଟାରୁ ସେ ୬ ଯାଏ ୧୨ ଘଣ୍ଟିଆ ଜିଲା ବନ୍ଦ ଡାକରା ଦିଆଯାଇଛି। ନଗର କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ମାଟ୍ରିକ୍‌, ଯୁକ୍ତ ୨  ପରୀକ୍ଷା ଚାଲିଥିବାରୁ ଶିକ୍ଷାନୁଷ୍ଠାନ ଏବଂ ଗାଡି ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ମାତ୍ର  କଣ୍ଟାବାଞ୍ଜି ସହରରେ ଦୋକାନବଜାର ବନ୍ଦ ରହିଛି।
https://www.dharitri.com/death-threat-to-mla-satash-singh-saluja/
ରବିବାର ରାତିରେ କେହି ଜଣେ ଦୁର୍ବୃତ୍ତ କଣ୍ଟାବାଞ୍ଜି ସହରର ଦୁଇଟି ସ୍ଥାନରେ ବ୍ୟାନର ମାରି ଫେରାର ହୋଇଯାଇଥିଲେ। ବ୍ୟାନରରେ ୧୫ ପନ୍ଦର ଦିନ ଭିତରେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ହତ୍ୟା କରାଯିବ ବୋଲି ଲେଖା ଯିବା ସହିତ ଜଣେ ଯୁବକଙ୍କର ଫଟୋ ମଧ୍ୟ ଲଗାଯାଇଥିଲା। କଣ୍ଟାବାଞ୍ଜି ପୋଲିସ ବ୍ୟାନର ଜବତ କରି ତଦନ୍ତ ଜାରି ରଖିଛି।
Share