ରାୟପୁର,୨୫ା୧: ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ୪୮ ଘଣ୍ଟା ମଧ୍ୟରେ ଯଦି ସେ ୫ ନିୟୁତ ପାଉଣ୍ଡ ପୈଠ ନ କରନ୍ତି, ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଚିଠିରେ ଉଲ୍ଲେଖ ରହିଛି। ବିଳାସପୁର କେନ୍ଦ୍ରୀୟ ଜେଲ୍ରେ ଥିବା ପୁଷ୍ପେନ୍ଦ୍ର ଚୌହାନ ଏହି ଚିଠି ପଠାଇଥିବା ରାଇଗଡ଼ ଏସ୍ପି ଅଭିଷେକ ମୀନା କହିଛନ୍ତି। ପୁଷ୍ପେନ୍ଦ୍ର ଜଣେ ପେସାଦାର ଅପରାଧୀ ଏବଂ ପୂର୍ବରୁ ସେ ଏଭଳି ଗୋଟିଏ ଦୁଇଟି ମାମଲାରେ ଜଡ଼ିତ ଅଛି। ସେ ପୂର୍ବରୁ ଛତିଶଗଡ଼ ରାଜ୍ୟପାଳ ଏବଂ ଭାରତର ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ଲାଗି ଧମକପୂର୍ଣ୍ଣ ଚିଠି ପଠାଇଥିଲେ। ସେ ଏକ ପ୍ରକାର ମାନସିକ ବିକାରଗ୍ରସ୍ତ ବୋଲି ଅନୁଭବ କରାଯାଉଥିବା ଏସ୍ପି କହିଛନ୍ତି। ଜେଏସ୍ପିତଏଲ୍ର ମହାପ୍ରବନ୍ଧକ ସୁଧୀର ରାୟଙ୍କ ଅଭିଯୋଗକ୍ରମେ କୋଟ୍ରା ରୋଡ୍ ପୋଲିସ ପୁଷ୍ପେନ୍ଦ୍ରଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।