Advertisement

ଆମେରିକା ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ: ଏଫବିଆଇ ଅପରେସନରେ ଅଭିଯୁକ୍ତ ମୃତ

ଓ୍ବାଶିଂଟନ,୧୦।୮: ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା ଧମକ ଦିଆଯାଇଛି। ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଏଫବିଆଇ ଅପରେସନ ବେଳେ ନିହତ ହୋଇଛନ୍ତି। ଅଭିଯୁକ୍ତ ଜଣକ ଆମେରିକାର ୟୁଟାର ବାସିନ୍ଦା ଥିଲେ। ଆମେରିକାର ରାଷ୍ଟ୍ରପତି ୟୁଟା ଗସ୍ତ କରିବାର କିଛି ଘଣ୍ଟା ପୂର୍ବରୁ ଏଫ୍‌ବିଆଇ ଅଭିଯୁକ୍ତଙ୍କ ଲୁଚି ରହିଥିବା ସ୍ଥାନ ଉପରେ ଚଢାଉ କରିଥିଲା ଏବଂ ସୁରକ୍ଷା ଏଜେନ୍ସି କାର୍ଯ୍ୟବେଳେ ସେ ନିହତ ହୋଇଥିଲେ।
ଅଭିଯୁକ୍ତଙ୍କ ମୃତ୍ୟୁକୁ ଏଫବିଆଇ ନିଶ୍ଚିତ କରିଛି। ସ୍ବତନ୍ତ୍ର ଏଜେଣ୍ଟ ଅଭିଯୁକ୍ତକୁ ଗିରଫ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଭିଯୁକ୍ତଙ୍କ ଆକ୍ରମଣାତ୍ମକ ମନୋଭାବ ଯୋଗୁ ତାଙ୍କୁ ହତ୍ୟା କରାଯାଇଥିଲା। ସୁରକ୍ଷା ଏଜେନ୍ସି ଦ୍ୱାରା ଅଭିଯୁକ୍ତର ପରିଚୟ ପ୍ରକାଶ କରାଯାଇ ନାହିଁ କିନ୍ତୁ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟୁଟାର ଫେଡେରାଲ ଓକିଲଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ କ୍ରେଗ ରୋବର୍ଟସନ ବୋଲି କୁହାଯାଇଛି।
ଅଭିଯୁକ୍ତ କ୍ରେଗ ରୋବର୍ଟସନଙ୍କୁ ପ୍ରାୟ ୭୦ ବର୍ଷ ବୟସ ହୋଇଥିଲା ଏବଂ ସେ ନିଜକୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ସମର୍ଥକ ବୋଲି ବର୍ଣ୍ଣନା କରିଥିଲେ। ସୋସିଆଲ ମିଡିଆ ପୋଷ୍ଟରେ ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ରୋବର୍ଟସନ ଧମକ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share