ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀଙ୍କୁ ହତ୍ୟା ଧମକ

ଓ୍ବାଶିଂଟନ,୧୨।୧୨: ଭାରତୀୟ ମୂଳ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ବାମୀ ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜଣେ ପ୍ରାର୍ଥୀ ଅଟନ୍ତି। ଏହି ସମୟରେ ବିବେକ ରାମସ୍ବାମୀଙ୍କୁ ହତ୍ୟା ଧମକ ଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ସୋମବାର ଆୟୋଜିତ ନିର୍ବାଚନ କାର୍ଯ୍ୟକ୍ରମ ସମୟରେ ବିବେକ ରାମସ୍ବାମୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇ ନ୍ୟୁ ହାମ୍ପସାୟରର ଜଣେ ବ୍ୟକ୍ତି ବାର୍ତ୍ତା ପଠାଇଛନ୍ତି।

ଏପିର ରିପୋର୍ଟ ଅନୁଯାୟୀ ଆମେରିକାର ଆଟର୍ନି କାର୍ଯ୍ୟାଳୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ପ୍ରକାଶ କରି ନାହିଁ। ତେବେ ରିପବ୍ଲିକାନ ପ୍ରାର୍ଥୀ ବିବେକ ରାମସ୍ବାମୀଙ୍କ ମୁଖପାତ୍ର ସୋମବାର କହିଛନ୍ତି ଯେ ତାଙ୍କ ନିର୍ବାଚନ ପ୍ରଚାର ପୂର୍ବରୁ ଧାର୍ଯ୍ୟ କରାଯାଇଛି। ଏହି (ଧମକ ସହ ଜଡିତ) ମାମଲାର ପରିଚାଳନା ପାଇଁ ଆମେ ଆଇନ ଶୃଙ୍ଖଳା ପାଇଁ କୃତଜ୍ଞ ଏବଂ ସମସ୍ତ ଆମେରିକୀୟଙ୍କ ସୁରକ୍ଷା କାମନା କରୁଛୁ।
୩୦ ବର୍ଷିୟ ଟାଇଲର ଆଣ୍ଡରସନଙ୍କୁ ଶନିବାର ଗିରଫ କରାଯାଇଥିଲା ଏବଂ ହତ୍ୟା ଧମକ ପଠାଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କ ଓକିଲ ଏ ବାବଦରେ କିଛି କହିବାକୁ ମନା କରି ଦେଇଛନ୍ତି। କୋର୍ଟ ଦଲିଲ ଅନୁଯାୟୀ, ବ୍ୟକ୍ତି ଜଣକ ଶୁକ୍ରବାର ପୋର୍ଟସମାଉଥରେ ଘଟିଥିବା ଘଟଣା ବିଷୟରେ ସୂଚନା ଦେଇ ଏକ ବାର୍ତ୍ତା ପାଇଥିଲେ।
ଓବିସି ଏଜେଣ୍ଟ କୋର୍ଟଙ୍କୁ କହିଛନ୍ତି ଯେ ନିର୍ବାଚନ ପ୍ରଚାର କର୍ମଚାରୀମାନେ ଦୁଇଟି ଧମକପୂର୍ଣ୍ଣ ବାର୍ତ୍ତା ପାଇଛନ୍ତି। ଗୋଟିଏରେ ରାମସ୍ବାମୀଙ୍କ ମୁଣ୍ଡରେ ଗୁଳି ମାରିବା ଧମକ ଏବଂ ଅନ୍ୟଟି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଏଫବିଆଇ କହିଛି ଯେ ମୋବାଇଲ ଫୋନ ନମ୍ବର ଅଭିଯୁକ୍ତ (ଟାଇଲର ଆଣ୍ଡରସନ) ଙ୍କ ଅଟେ। ଶନିବାର ଏଫବିଆଇ ଏଜେଣ୍ଟମାନେ ଉକ୍ତ ବ୍ୟକ୍ତିଙ୍କ ଘରେ ଖୋଜାଖୋଜି କରିଥିଲେ। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଏକ ସାକ୍ଷାତକାରରେ ଏଫବିଆଇକୁ କହିଛନ୍ତି ଯେ ସେ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ସମାନ ବାର୍ତ୍ତା ପଠାଇଛନ୍ତି।

Share