Categories: ଜାତୀୟ

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୧୪।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶନିବାର ହତ୍ୟା ଧମକ ମିଳିଛି । ସଲମାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଚିଠି ଜରିଆରେ ଏହି ଧମକ ଦେଇଥିବା ପୋଲିସ କହିଛି। ଭାରତୀୟ କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପିଆଇଏଲ୍‌ ସାମାଜିକକର୍ମୀ ଦେବେନ୍ଦ୍ର ତିଓ୍ବାରୀଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଓ ଦେବେନ୍ଦ୍ରଙ୍କୁ ବିସ୍ଫୋରଣରେ ଉଡ଼ାଇ ଦେବା କଥା ଉକ୍ତ ଚିଠିରେ କୁହାଯାଇଛି। ମୁସଲମାନ ସମ୍ପ୍ରଦାୟକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ସେଥିପାଇଁ ତୁମମାନଙ୍କୁ ଉଚିତ୍‌ ଶିକ୍ଷା ଦିଆଯିବା ଦରକାର। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୁଣ୍ଡକାଟ ହେବ । କିନ୍ତୁ ତୁମ ଦୁଇ ଜଣଙ୍କୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସି, ଜାମିଆତ ଉଲେମା-ଇ-ହିନ୍ଦ୍‌ ସଭାପତି ମୌଲାନା ମହମ୍ମୁଦ ମାଦାନିଙ୍କ ନାମ ମଧ୍ୟ ଚିଠିରେ ରହିଛି।

Share