ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ

ମୁମ୍ବାଇ, ୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତ୍ୟା ନେଇ ଶନିବାର ମୁମ୍ବାଇ ପୋଲିସକୁ ଏକ ଧମକ ହସ୍ତଗତ ହୋଇଛି। ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ମୁମ୍ବାଇ ଟ୍ରାଫିକ୍‌ ପୋଲିସର ହେଲ୍‌ପଲାଇନ ନମ୍ବରକୁ ହ୍ବାଟ୍ସଆପ୍‌ ଯୋଗେ ଏହି ଧମକଭରା ମେସେଜ୍‌ ଆସିଛି। ତେବେ ଏହି ଧମକ ଯେଉଁ ନମ୍ବରରୁ ଆସିଛି, ତାହାର ଠିକଣା ରାଜସ୍ଥାନର ଅଜ୍‌ମେରରୁ ହୋଇଥିବା ସେ କହିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ମୁମ୍ବାଇ ପୋଲିସର ଏକ ଟିମ୍‌ ଅଜମେର ଗସ୍ତ କରିଛି। ଏହି ଧମକ ଅନୁଯାୟୀ, ୨ ଜଣ ଆଇଏସ୍‌ଆଇ ଏଜେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି। ତେବେ ଉକ୍ତ ଧମକଭରା ବାର୍ତ୍ତା ପଠାଇଥିବା ବ୍ୟକ୍ତି ଜଣକ ମାନସିକ ସ୍ତରରେ ସୁସ୍ଥ ନ ଥିବା କିମ୍ବା ମଦ ନିଶାରେ ଏପରି କରିଥିବା ନେଇ ପୋଲିସ ସନ୍ଦେହ କରୁଛି। ଘଟଣାକୁ ନେଇ ମୁମ୍ବାଇ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି। ପ୍ରକାଶ ଯେ, ଗତ କିଛିଦିନ ମଧ୍ୟରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସର ହେଲପ୍‌ଲାଇନ ନମ୍ବରକୁ ଅନେକ ହତ୍ୟା ଧମକ ହସ୍ତଗତ ହୋଇଛି, ଯାହା ପରେ ଗୁଜବ ପ୍ରମାଣିତ ହୋଇଛି। ପ୍ରାୟ ୧୦ ଦିନ ତଳେ ଅନୁରୂପ ଭାବେ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା ନେଇ ଧମକ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି କାହିଁକି ଏମିତି କହିଲେ ମନମୋହନ

ଭୁବନେଶ୍ୱର, ୧୭।୧୨: ଦିଲ୍ଲୀରେ ବିଜେଡି ଏମ୍‌ପିଙ୍କ ଖବରଦାତା ସମ୍ମିଳନୀକୁ ଭାଜପା ପକ୍ଷରୁ କାଉଣ୍ଟର କରାଯାଇଛି। ରାଜ୍ୟ ଭାଜପା ସଭାପତି କାଉଣ୍ଟର କରି କହିଛନ୍ତି, ଠାକୁର ଘରେ...

ରାଜନୀତିରେ ଭାଜପା ବିରୋଧୀ, ଏହା ସତ୍ତ୍ୱେ ‘ଓ୍ବାନ ନେଶନ-ଓ୍ବାନ ଇଲେକ୍ସନ’କୁ କାହିଁକି ସମର୍ଥନ କରୁଛନ୍ତି ଏହି ୪ ଦଳ? 

ନୂଆଦିଲ୍ଲୀ,୧୭।୧୨: ବହୁ ଚର୍ଚ୍ଚିତ  ‘ଓ୍ବାନ୍‌ ନେଶନ୍‌-ଓ୍ବାନ୍‌ ଇଲେକ୍ସନ୍‌’ ବିଲ୍‌ ଲୋକ ସଭାରେ ଉପସ୍ଥାପିତ ହୋଇଛି। କ୍ଷମତାରେ ଥିବା ଦଳମାନେ ଏହି ବିଲ୍‌କୁ ସମର୍ଥନ କରୁଥିବା ବେଳେ...

ଆଗାମୀ ୫ ଦିନ ଏସମସ୍ତ ଜିଲାରେ ବର୍ଷା, ଜାରିହେଲା ଚେତାବନୀ

ଭୁବନେଶ୍ୱର,୧୭।୧୨: ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ...

ସମୟ ସୀମା ଭିତରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ଆକ୍ସନ୍: ମନ୍ତ୍ରୀ

ଭୁବନେଶ୍ୱର, ୧୭।୧୨: ରାଜ୍ୟରେ ବିଭିନ୍ନ ସ୍ଥାନରେ ଠିକାଦାରମାନେ କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମଙ୍ଗଳବାର...

ହାଇକୋର୍ଟଙ୍କ ବଡ଼ ରାୟ: କୋହଳ ହେବ ଡ୍ରାଇଭର ନିଯୁକ୍ତି ବୟସ ସୀମା

ଭୁବନେଶ୍ୱର,୧୭।୧୨: ଓଡ଼ିଶା ପୋଲିସର ବିଭିନ୍ନ ବର୍ଗରେ ବର୍ତମାନ ନିଯୁକ୍ତି ଚାଲିଥିବା ବେଳେ କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ମଙ୍ଗଳବାର ଏକ ମାମଲାର...

ଏମ୍ସକୁ ଦେହ ଭଲ କରିବାକୁ ଯାଇଥିଲେ, ହେଲେ ମିଳିଳା ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୧୭।୧୨: ଭୁବନେଶ୍ୱର ଏମ୍ସ ଅର୍ଥୋପେଡିକ ୱାର୍ଡ ଭିତରେ ଜଣେ ରୋଗୀଙ୍କ ସନ୍ଦେହ ଜନକ ମତ୍ୟୁ ଘଟିଛି। ବେଡ ଉପରେ ଲାଗିଥିବା ଫ୍ୟାନରୁ ରୋଗୀଙ୍କ ଝୁଲନ୍ତା ଅବସ୍ଥାରେ...

ମହାନଦୀରେ ଭାସୁଛି ରେଭେନ୍ସାର ପୂର୍ବତନ ପ୍ରଫେସରଙ୍କ ମୃତଦେହ 

କଟକ,୧୭।୧୨: ମହାନଦୀରେ ଭାସୁଛି ପୂର୍ବତନ ପ୍ରଫେସରଙ୍କ ମୃତଦେହ। କଟକ ଯୋବ୍ରା ବ୍ୟାରେଜ ନିକଟ ମହାନଦୀରୁ ପ୍ରଫେସରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ରେଭେନ୍ସାର ପୂର୍ବତନ...

ସାବାଡ଼ ହେବେ ଶିକାରୀ: ଡେବ୍ରିଗଡ଼ରେ ଲାଗିବ ସ୍ପାଏ କ୍ୟାମେରା

ଭୁବନେଶ୍ୱର,୧୭।୧୨: ସାବାଡ଼ ହେବେ ଶିକାରୀ। ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲାଗିବ ସ୍ପାଏ କ୍ୟାମେରା। ଏନେଇ ବନ ବିଭାଗ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri