କରୋନା ସଂକ୍ରମଣ ମହାରାଷ୍ଟ୍ରରେ ନେଲାଣି ୧୨ ହଜାରରୁ ଅଧିକ ଜୀବନ

ମୁମ୍ବାଇ,୨୧।୭: କରୋନା ଭାଇରସ ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢି ଚାଲିଛି। ଏବେସୁଦ୍ଧା ସେଠାରେ କରୋନା ସଂକ୍ରମଣରେ ୧୨ ହଜାରରୁ ଅଧିକ ଜୀବନ ଗଲାଣି। ସୋମବାର ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୨ ହଜାର ୩୦ରେ ପହଞ୍ଚିଥିଲା। ସେହିପରି ଗତ ୨୪ ଘଣ୍ଟାରେ ସେଠାରେ ୮,୨୪୦ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୭୬ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଏବେ ରାଜ୍ୟରେ ମୋଟ ୩,୧୮,୬୯୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧,୩୧,୩୩୪ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ସେଠାରେ ସୁସ୍ଥତା ହାର ୫୪.୯୨ ଥିବା ବେଳେ ମୃତ୍ୟୁହାର ରହିଛି ୩.୭୭।

Share