ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଭାରତରେ ସଂକ୍ରମଣ ହେବାର କୌଣସି ଆଶଙ୍କା ନ ଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ମାସ୍କ ପିନ୍ଧିବା ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଏବଂ ଟିକାକରଣକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ସରକାର ଚିନ୍ତାରେ ରହିଛନ୍ତି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ି ଶହେ ଟପିଛି ତଳେ ରହିଛି। ଏହା ୧୨୮ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧୧୧ ଥିଲା।ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ଶୂନ ଥିଲା। ଏହି ସମୟରେ ସକ୍ରିୟ ମାମଲା ୧୮ ଶହ ତଳେ ରହିଛି। ଏହା ୧ ହଜାର ୭୬୩ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ହଜାର ୭୮୩ ଥିଲା। ସେହିପରି ୨୪ ଘଣ୍ଟାରେ ୧୪୭ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୮୩ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୪୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୮୩ ହଜାର ୨୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୦ ହଜାର ୫୧୯ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ ପୁଣି ବଢ଼ିଲା ସୁନା ଦର, କେତେ ଟଙ୍କାରେ ପହଞ୍ଚିଲା ଜାଣନ୍ତୁ…

ନୂଆଦିଲ୍ଲୀ,୧୩ା୩: ଦିଲ୍ଲୀରେ ସୁନା ଦର ଗୁରୁବାର ୧୦ ଗ୍ରାମ୍‌ ପ୍ରତି ୬୦୦ ଟଙ୍କା ବୃଦ୍ଧି ପାଇ ସର୍ବାଧିକ ୮୯,୪୫୦ ଟଙ୍କାରେ ପହଞ୍ଚିଛି। ବୁଧବାର ୯୯.୯ ପ୍ରତିଶତ...

ସ୍ପେଡେକ୍ସ ସାଟେଲାଇଟ୍‌କୁ ଅଲଗା କଲା ଇସ୍ରୋ

ନୂଆଦିଲ୍ଲୀ,୧୩ା୩: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ସ୍ପେଡ୍‌କ୍ସ ସାଟେଲାଇଟ୍‌ଗୁଡ଼ିକୁ ସଫଳତାର ସହ ଡି-ଡକିଂ (ପୃଥକ୍‌) କରିଛି। ଫଳରେ ଭବିଷ୍ୟତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ,...

ପୋଲିସ ଅଫିସରଙ୍କୁ ହତ୍ୟା

ପାଟନା,୧୩ା୩: ବିହାରର ଅରାରିଆ ଜିଲାରେ ଜଣେ ପୋଲିସ ଅଫିସର ଅପରାଧୀ ଅନମୋଲ ଯାଦବଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତାଙ୍କୁ ପିଟି ହତ୍ୟା କରାଯାଇଛି।...

Holiରେ କାହା ଉପରେ ରଙ୍ଗ ପକାଇଲେ ହେବ ଆକ୍ସନ! ରଙ୍ଗ ଖେଳିବା ପାଇଁ ଜାରି ହେଲା ଗାଇଡଲାଇନ

ହାଇଦ୍ରାବାଦ,୧୩।୩: ଆସନ୍ତାକାଲି ୧୪ ମାର୍ଚ୍ଚରେ ସାରା ଦେଶରେ ହୋଲି ପର୍ବ ପାଳନ କରାଯିବ। ଏଥର ହୋଲି ସମ୍ପର୍କରେ ଅନେକ ଭିନ୍ନ ଭିନ୍ନ ବକ୍ତବ୍ୟକୁ ନେଇ ବହୁତ...

‘୧୦ ଜଣ ପୁରୁଷଙ୍କୁ ବିବାହ କରିପାରିବେ ଉତ୍ତର ଭାରତର ମହିଳା’, ଷ୍ଟାଲିନଙ୍କ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୩।୩: ହିନ୍ଦୀ ଏବଂ ସୀମା ନିର୍ଦ୍ଧାରଣକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ମଧ୍ୟରେ, ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ...

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଶୁକ୍ରବାର (୧୪ ମାର୍ଚ୍ଚ, ୨୦୨୫) ରଙ୍ଗର ପର୍ବ ହୋଲି ପାଳନ କରିବାକୁ ସାରା ଦେଶ ପ୍ରସ୍ତୁତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର...

ହୋଲି ରଙ୍ଗ ଲଗାଇବାକୁ ବାରଣ କରିବାରୁ 25 ବର୍ଷୀୟ ଯୁବକଙ୍କ ଗଳାକାଟି ହତ୍ୟା

ଜୟପୁର,୧୩ା୩: ରାଜସ୍ଥାନର ଦୌସା ଜିଲାରେ ହୋଲି ପୂର୍ବରୁ ରଙ୍ଗ ଲଗାଇବାକୁ ତିନି ଜଣ ବ୍ୟକ୍ତିଙ୍କୁ ବାରଣ କରିବାରୁ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗଳାକାଟି ହତ୍ୟା...

ତାମିଲନାଡ଼ୁ ବ୍ୟକ୍ତି ଡିଜାଇନ୍‌ କରିଥିଲେ ଟଙ୍କାର ପ୍ରତୀକ ‘₹’, ବାପା ଥିଲେ DMK ବିଧାୟକ; ଏବେ ଷ୍ଟାଲିନଙ୍କୁ ଘେରିଲା ଭାଜପା

ଚେନ୍ନାଇ,୧୩।୩: ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ବ୍ୟବହାରୀକ ପ୍ରତୀକ ‘₹’ ହଟାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri