Posted inଜାତୀୟ

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ଗୁରୁବାର ଏହି ଜିଲାରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହା ବ୍ୟତୀତ ପାଟନା, ଭୋଜପୁର, ସିଓ୍ବାନ ଏବଂ ଗୟା ଜିଲାରେ ବଜ୍ରପାତରେ ୪ ଜଣ ଲେଖାଏ, ଗୋପାଳଗଞ୍ଜ ଏବଂ ଜାମୁଇରେ ୩ ଜଣ ଲେଖାଏ, ମୁଜାଫରପୁର, ଜେହାନାବାଦ, ସରନ ଏବଂ ଅରଓ୍ବାଲରେ ୨ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ବେଗୁସରାଇ, ଦରଭଙ୍ଗା, ସହର୍ସା, କଟିହାର, ମୁଙ୍ଗେର୍‌, ମାଧେପୁରା, ଅରାରିଆ ଏବଂ ଭାଗଲପୁରରେ ବଜ୍ରପାତ ଜଣେ ଲେଖାଏ ଲୋକଙ୍କ ଜୀବନ ନେଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ଘୋଷଣା କରିଛନ୍ତି। ବର୍ଷା ପବନରେ ଗଛ ପଡ଼ି ଅନେକ ରାସ୍ତା ଅବରୋଧ ହୋଇଥିବାବେଳେ ସେଗୁଡ଼ିକୁ ହଟାଇବା କାର୍ଯ୍ୟରେ ପୋଲିସକୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ମୋଦିଙ୍କ ଆପ୍ରୁଭାଲ୍‌ ରେଟିଂ ଦେଖି ଇର୍ଷା କରୁଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହୁ କହୁ କହିଦେଲେ, ମୋଦି ବିଶ୍ୱର ସବୁଠାରୁ…

ଜୟପୁର,୨୨।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ରାଜସ୍ଥାନର ଜୟପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ...

ଚୋରା ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ଚୋରା ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

Video: ଜେଦ୍ଦା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଉଦୀ ଆରବର ସ୍ୱତନ୍ତ୍ର ସ୍ୱାଗତ: ରୟାଲ ଏୟାର ଫୋର୍ସର ଏଫ-୧୫ ଜେଟ୍ସ କଲା ଏସ୍କର୍ଟ

ନୂଆଦିଲ୍ଲୀ,୨୨।୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଉଦୀ ଆରବରେ ଏକ ଐତିହାସିକ ଓ ସ୍ୱତନ୍ତ୍ର ସ୍ୱାଗତ କରାଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବିଶେଷ ବିମାନ ‘ଏୟାର ଇଣ୍ଡିଆ...

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ: ୫ ପର୍ଯ୍ୟଟକ ଆହତ

ନୂଆଦିଲ୍ଲୀ,୨୨।୪: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ପହଲଗାମର ବୈସରନ ଉପତ୍ୟକାରେ ମଙ୍ଗଳବାର ଏକ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଏହି ଅଞ୍ଚଳ, ଯାହାକୁ...

ଅସହ୍ୟ ହେଉଛି ତାତି: ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର,୨୨।୪: ରାଜ୍ୟରେ ଅସହ୍ୟ ହେଉଛି ତାତି। ତେଣୁ କେବେ ସ୍କୁଲ ଛୁଟି ଘେଷଣା ହେବ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image