ଜୋହାନ୍ସବର୍ଗ,୩୧ା୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଥିବା ଏକ ପାଞ୍ଚ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି ଘଟିଛି। ୫୨ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ରହିଥିବା ଜଣାପଡିଛି। ଅନ୍ୟପକ୍ଷେ ବିଲ୍ଡିଂରୁ ମୃତଦେହ ବାହାରୁଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଧୂଆଁରେ ଅଣନିଶ୍ୱାସୀ ହୋଇପଡ଼ିଥିବା ଜରୁରୀ ସେବା ମୁଖପାତ୍ର ରବର୍ଟ ମୁଲାଉଜି ସୂଚନା ଦେଇଛନ୍ତି। ନିଆଁରେ ବିଲ୍ଡିଂ ସମ୍ପୂର୍ଣ୍ଣ ଜଳିଯାଇଛି। ବାସହୀନଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା କରାଯାଉଛି। ଏହା ସବୁଠୁ ଭୟାବହ ଅଗ୍ନି ଦୁର୍ଘଟଣା ବୋଲି କୁହାଯାଉଛି।