ଆଙ୍କାରା, ୨୩।୨: ତୁର୍କୀ- ସିରିଆରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ଗୁରୁବାର ୪୭,୦୦୦କୁ ବୃଦ୍ଧି ପାଇଛି। ଗତ ୬ ତାରିଖରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ସୋମବାର ୬.୪ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପରେ ତୁର୍କୀର ହତାୟ ଅଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି।
ତୁର୍କୀ ଗୃହମନ୍ତ୍ରୀ ସୁଲେୟମାନ ସୋୟଲୁ ଦେଇଥିବା ସୂଚନା ଅନୁସାରେ ୭.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଦେଶରେ ମୋଟ ୪୩,୫୫୬ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଭୂକମ୍ପ ଫଳରେ ଦୁଇ ଦେଶର ମୋଟ ୪୭,୨୨୪ ଜଣଙ୍କ ମୃତ୍ୟୁ ଘଟିଛି। ହତାୟରେ ଦୁଇଟି ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି। ସେଠାରେ ସର୍ଚ୍ଚ ଅପରେଶନ୍ ଜାରି ରହିଛି। ଅନ୍ୟପକ୍ଷେ ଉଭୟ ତୁର୍କୀ ଓ ସିରିଆର ୧୬୪,୦୦୦ ବିଲ୍ଡିଂ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ତୁର୍କୀ ପରିବେଶ ଓ ସହରୀକରଣ ମନ୍ତ୍ରୀ ମୁୁରାତ କୁରୁମ ସୂଚନା ଦେଇଛନ୍ତି।