Categories: ଜାତୀୟ

ବିବାହ ଉତ୍ସବ ସାରି ଫେରୁଥିଲେ, ଘାଟିରୁ ଖସି ପଡ଼ିଲା କାର୍‌: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଶ୍ରୀନଗର,୨୫।୭: ଜମ୍ମୁ-କଶ୍ମୀର ରାମବାନ ଜିଲା ରାମସୁ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧ ହଜାର ମିଟର ଉଚ୍ଚ ଘାଟିରୁ ଏକ କାର୍‌ ଖସିପଡ଼ିବାରୁ ରବିବାର ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସୋମବାର ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। କାର୍‌ରେ ଥିବା ଯାତ୍ରୀମାନେ ଏକ ବିବାହ ଉତ୍ସବ ସାରି ନୀଲରୁ ଶଗନ ଅଭିମୁଖେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତକଙ୍କ ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କା ସହାୟତା ଏବଂ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ଲ୍ୟୁଟ୍‌ନାଣ୍ଟ ଗଭର୍ନର ମନୋଜ ସିହ୍ନା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୪ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ସ୍ଥାନୀୟ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share