କାବୁଲ,୨୩।୪: ନର୍ଦ୍ଦନ ଆଫଗାନିସ୍ତାନ ଜଣ୍ଡିହୁଲ୍ଲା ମୁଜାହିଦ କୁଣ୍ଡୁଜ ପ୍ରଦେଶର ଇମାମ ସାହେବ ସହରରେ ଥିବା ଏକ ମସଜିଦରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣରରେ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ ଏବଂ ଛାତ୍ର ରହିଥିବା ଜଣାପଡ଼ିଛି। ଦିନକ ପୂର୍ବରୁ ଆଫାଗାନିସ୍ତାନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଆଇଏସ୍ଆଇଏସ୍ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଥିଲା। ଏହାର ଦିନକ ପରେ ପୁଣି ମସଜିଦରେ ବିସ୍ଫୋରଣ ହୋଇଛି।
ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇ ତାଲିବାନ ସରକାରର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି, କୁଣ୍ଡୁଜରେ ଥିବା ଏକ ମସଜିଦରେ ଆତଙ୍କାବାଦୀ ଆକ୍ରମଣ ହୋଇଛି। ସମୂହ ନମାଜ ପାଠ ପାଇଁ ଲୋକ ଏକାଠି ଉପସ୍ଥିତ ଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୩୩ ଜଣଙ୍କ ମୃତ୍ୟ ଘଟିଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି। ସରକାର ପକ୍ଷରୁ ଘଟଣାକୁ ନିନ୍ଦା କରି ମୃତକଙ୍କ ପରିବାର ଲୋକଙ୍କୁ ସେ ସମବେଦନା ଜଣାଇଛନ୍ତି। ମସ୍ଜିତରେ ହୋଇଥିବା ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ତାଲିବାନ ସରକାରଙ୍କ ସୁରକ୍ଷାକର୍ମୀ ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି।