ଲକ୍ଷ୍ନୌ, ୧୮ା୩: ଉତ୍ତରପ୍ରଦେଶ ସମ୍ଭଲ ଜିଲାରେ ଏକ ଶୀତଳ ଭଣ୍ଡାର ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୧୦କୁ ବୃଦ୍ଧି ପାଇଛି। ଭୁଶୁଡ଼ିବାର କାରଣ ଜାଣିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଗୁରୁବାର ଚଣ୍ଡାଉସି ଥାନା ଅନ୍ତର୍ଗତ ଇନ୍ଦିରା ରୋଡରେ ଥିବା ଶୀତଳ ଭଣ୍ଡାର ଭୁଶୁଡ଼ିବାରୁ ଭଗ୍ନାବଶେଷ ତଳେ ୨୧ ଶ୍ରମିକ ପୋତିହୋଇ ପଡ଼ିଥିଲେ। ସମସ୍ତଙ୍କୁ ମାଟିତଳୁ ବାହାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୩ ଜଣ ଗୁରୁତର ଆହତ ହୋଇଥିବା ପୋଲିସ କହିଛି।