ଭୋପାଳ, ୧।୪: ରାମନବମୀ ପାଳନ ଅବସରରେ ଗୁରୁବାର ଇନ୍ଦୋର ସହରର ପଟେଲ ନଗର ଅଞ୍ଚଳରେ ଥିବା ବେଲେଶ୍ୱର ଝୁଲେଲାଲ ମହାଦେବ ମନ୍ଦିର କୂଅର ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୩୬ରେ ପହଞ୍ଚତ୍ଛି। ମନ୍ଦିର ପରିସରରେ ପ୍ରବଳ ଗହଳି ଯୋଗୁ ସ୍ଲାବ୍ ଭୁଶୁଡ଼ିଲା ବୋଲି କୁହାଯାଉଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ସେଠାକୁ ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ହସ୍ପିଟାଲରେ ପହଞ୍ଚତ୍ ଆହତମାନଙ୍କ ଚିକିତ୍ସା ସମ୍ପର୍କରେ ବୁଝିଥିଲେ। କୂଅରୁ ଅଧିକ ମୃତଦେହ ମିଳିବା ସମ୍ଭାବନା ନ ଥିବାରୁ ଊଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ସମେତ ସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। କୂଅରେ ଥିବା ୧୩ରୁ ୧୪ ଫୁଟ ପାଣିକୁ ନିଷ୍କାସନ କରାଯାଇ ମୃତଦେହଗୁଡ଼ିକୁ ବାହାର କରାଯାଇଥିଲା।