ସାମୁଦ୍ରିକ ଝଡ଼ରେ ମୃତ୍ୟୁ ସଂଖ୍ୟା ୯୮ ଛୁଇଁଲା, ୫ ଲକ୍ଷରୁ ଅଧିକ ପରିବାର ପ୍ରଭାବିତ…

ମାନିଲା,୩୧।୧୦ : ଫିଲିପାଇନ୍ସର ପ୍ରବଳ ଟ୍ରପିକାଲ ଝଡ ପାଙ୍ଗ (ନାଲ୍ଗେ) ରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଛି। ଫିଲିପାଇନ୍ସ ମିଡିଆ ରିପୋର୍ଟ ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ଏବଂ ପରିଚାଳନା ପରିଷଦ କହିଛି ଯେ ପାଙ୍ଗ ଝଡ଼ରେ ମୃତ୍ୟୁ ଘଟିଥିବା ୫୮ଜଣଙ୍କ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ଅନ୍ୟ ୪୦ ଜଣଙ୍କ ସମ୍ପର୍କରେ ଖୁବ୍‌ ଶୀଘ୍ର ତଥ୍ୟ ପ୍ରକାଶ କରାଯିବ। ଝଡ଼ରେ ୬୯ ଜଣ ଆହତ ହୋଇଥିବା ବେଳେ ୬୩ ଜଣ ନିଖୋଜ ଅଛନ୍ତି। ତେଣୁ ମ୍ୟତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

ରିପୋର୍ଟ ଅନୁଯାୟୀ, ମେଟ୍ରୋ ମାନିଲା ସମେତ ୧୭ ଟି ଅଞ୍ଚଳର ୩୧,୯୪୨ ଗାଁର ନ୍‌୫୭୫,୭୨୮ ପରିବାରର ୧,୮୧୨,୭୪୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ଯୋଗୁ ୧.୮ ନିୟୁତ ଫିଲିପାଇନ୍ସର କ୍ଷତି ଘଟିଛି। ୨୫୮.୨୮ ନିୟୁତ ଚାଷ ଜମିର କ୍ଷତି ହୋଇଛି। ମିମରୋପା, ବିକୋଲ, ପଶ୍ଚିମ ଭିସାୟତ, ଜାମ୍ବୋଙ୍ଗା, ଦକ୍ଷିଣ କୋଟାବାଟୋ, ସୁଲତାନ କୁଦରତ, ସାରଙ୍ଗାନି, ଜେନେରାଲ ସାଣ୍ଟୋସ ସିଟି ଆଦି ଅଞ୍ଚଳ ଝଡ଼ ଦ୍ୱାରା ପ୍ରଭାବିତ ହୋଇଛି। କୃଷି ବିଭାଗ କହିଛି ଯେ ୮,୬୦୮ କୃଷକ ଏବଂ ମତ୍ସ୍ୟଜୀବୀ ଏଥିରେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଚାଉଳ, ମକା, ଉଚ୍ଚ ମୂଲ୍ୟର ଫସଲ ଏବଂ ମତ୍ସ୍ୟଚାଷ ଇତ୍ୟାଦି ଅନ୍ତର୍ଭୁକ୍ତ ।

ପ୍ରାୟ ୧୧୩,୪୦୮ ହେକ୍ଟର କୃଷି କ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ଉତ୍ପାଦନ କ୍ଷତି ୧୧,୭୬୧ ମେଟ୍ରିକ ଟନ ହୋଇଛି । କୃଷି ବିଭାଗ କହିଛି ଯେ ଚାଉଳ, ମକା ଏବଂ ମିଶ୍ରିତ ପନିପରିବା ମଞ୍ଜି ପ୍ରଭାବିତ ଚାଷୀଙ୍କୁ ବଣ୍ଟନ କରାଯିବ। ମତ୍ସ୍ୟଜୀବୀ ତଥା ଜଳ ସମ୍ପଦ ଦ୍ୱାରା ପ୍ରଭାବିତ ମତ୍ସ୍ୟଜୀବୀଙ୍କୁ ଫିଙ୍ଗରଲିଙ୍ଗ୍‌ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ।

Share