Categories: ଜାତୀୟ

ଇଡୁକ୍କି ଭୂସ୍ଖଳନ: ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଲା, ଏବେବି ଅନେକ ନିଖୋଜ

ବେଙ୍ଗାଲୁରୁ,୯।୮: ପ୍ରବଳ ବର୍ଷା ଓ ବନ୍ୟା ଫଳରେ କେରଳର ଉଡୁକ୍କି ଜିଲାରେ ହୋଇଥିବା ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ରବିବାର ୧୬ ଜଣଙ୍କ ମୃତଦେହ ମିଳିବା ପରେ ଏହି ସଂଖ୍ୟା ୪୨ରେ ପହଞ୍ଚିଥିବା କହିଛନ୍ତି ଇଡୁକ୍କି ଜିଲାପାଳ। ଶୁକ୍ରବାର ଘଟିଥିବା ଏହି ଘଟଣା ପରଠାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର ହେବା ସହ କେତେଜଣଙ୍କୁ ଜୀବିତ ମଧ୍ୟ ଉଦ୍ଧାର କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା ଯେତେବେଳେ ଭୂସ୍ଖଳନ ହେଲା ସେତେବେଳେ ଖୁବ୍‌ ଜୋରରେ ଶବ୍ଦ ହେବା ସହ ଲୋକ ଜୀବନ ବିକଳରେ ଏଣେତେଣେ ଦୌଡିବାକୁ ଲାଗିଥିଲେ। ହେଲେ ପାଣି ଓ ମାଟିର ସ୍ରୋତ ଏତେ ପ୍ରଖର ଥିଲା ଯେ ବହୁଲୋକ ଏହାତଳେ ଚାପି ହୋଇ ଯାଇଥିଲେ।

Share