ପ୍ରବଳ ଗରମ, ୧୩ ଶହ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪।୬: ଚଳିତ ବର୍ଷ ଭାରତରେ ପ୍ରବଳ ଗରମ ଅନୁଭୂତ ହୋଇଥିବା ବେଳେ ସାଉଦୀ ଆରବରେ ଏବେ ସ୍ଥିତି ଅସମ୍ଭାଳ ହୋଇଛି । ଏଠି ପାଖାପାଖି ୧୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାର ସୂଚନା ଦେଇଛନ୍ତି । ବିଭିନ୍ନ ଦେଶରୁ ହଜ୍‌ ପାଇଁ ଆସିଥିବା ଯାତ୍ରୀ ପ୍ରବଳ ଗରମରୁ ପ୍ରାଣ ହରାଉଛନ୍ତି । ମକ୍କା ସହରରେ ତାପମାତ୍ରା ୫୦ ଡିଗ୍ରୀ ପାର କରିଛି ।

ହଜ ପାଇଁ ମକ୍କା ଯାଇଥିବା ଭାରତୀୟ ଯାତ୍ରୀଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୮ ରୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଳିତ ବର୍ଷ ପାଖାପାଖି ୧ ଲକ୍ଷ ୭୫ ହଜାର ଭାରତୀୟ ମକ୍କା ଯାତ୍ରା କରିଛନ୍ତି। ଏମାନଙ୍କର ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଛି ବୋଲି ସାଉଦୀ ସରକାର କହିଛନ୍ତି ।

ସାଉଦୀ ଆରବର ମକ୍କାରେ ଗତ ଶୁକ୍ରବାର ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସେଠାକାର ସରକାର ସୂଚନା ଦେଇଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ଇଜିପ୍ଟର ଯାତ୍ରୀ ରହିଛନ୍ତି । ଜଣେ ଯାତ୍ରୀଙ୍କର ଦଳାଚକଟାରେ ମୃତ୍ୟୁ ହୋଇଥିବା ବେଳେ ବାକି ସମସ୍ତେ ଗରମ କାରଣରୁ ପ୍ରାଣ ହରାଇଛନ୍ତି । ମୃତକମାନଙ୍କ ମଧ୍ୟରେ ବିଭିନ୍ନ ଦେଶର ନାଗରିକ ରହିଛନ୍ତି । ଜୋର୍ଡାନର ପାଖାପାଖି ୬୦ ଜଣ ହଜ ଯାତ୍ରୀଙ୍କର ଏଠି ମୃତ୍ୟୁ ହୋଇଥିବା ଓମାନର ଜଣେ ଅଧିକାରୀ ସୂଚନା ଦେଇଥିଲେ।

ସାଉଦି ଆରବର ସ୍ଥିତି ଏବେ ଅସମ୍ଭାଳ ହୋଇ ପଡ଼ିଛି । ପୂର୍ବରୁ ଗରମରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ଏଠାରେ ସମସ୍ତ ରେକର୍ଡ ଭାଙ୍ଗିଛି ତାପମାତ୍ରା ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷତା ମୂର୍ତ୍ତିଙ୍କ ୪୨ ହଜାର ଟଙ୍କାର ଡ୍ରେସକୁ କାହିଁକି କରାଯାଉଛି ଉପହାସ? ସୁନକଙ୍କ ଭାଷଣ ଅପେକ୍ଷା ଅଧିକ ହେଉଛି ଭାଇରାଲ

ଲଣ୍ଡନ,୬।୭: ବ୍ରଟେନ ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ୧୪ବର୍ଷ ପରେ, ଲେବର ପାର୍ଟି କଞ୍ଜରଭେଟିଭ ପାର୍ଟିକୁ ବହୁ...

ଗୋଟିଏ ହାତରେ ପତାକା, ଅନ୍ୟ ହାତରେ ବିୟର୍‌ ଧରି ସ୍ବାଧୀନତା ଦିବସ ପାଳନ କଲେ ମାର୍କ ଜୁକରବର୍ଗ

ଓ୍ବାଶିଂଟନ୍‌,୬।୭: ଆମେରିକାର ୨୪୮ତମ ସ୍ବାଧୀନତା ଦିବସ ଅବସରରେ ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କ ହାତରେ ଆମେରିକୀୟ ପତାକା ଧରି ବିୟର ପିଇବା ସମୟରେ ସର୍ଫିଂ...

କାମଚାପ ଯୋଗୁଁ ଆତ୍ମହତ୍ୟା କଲା ରୋବଟ, ପାହାଚରୁ ଡେଇଁ ହାରିଲା ଜୀବନ

ନୂଆଦିଲ୍ଲୀ,୬।୭: କେବେ ରୋବଟ ଆତ୍ମହତ୍ୟା କରିଥିବାର ଶୁଣିଛନ୍ତି କି? କାମ ଚାପରେ ରହି ଆମେ ଚାପଗ୍ରସ୍ତ ରହିଥାଉ। କିନ୍ତୁ କେବେ କାମ ଚାପରେ ରହି ରୋବଟ...

ହିଜାବ ବିରୋଧୀ ମାସୁଦ ହେଲେ ଇରାନର ନୂଆ ରାଷ୍ଟ୍ରପତି

ଦୁବିଇ,୬।୭: ଇରାନରେ ମାସୁଦ ପେଜେଶକିଆନ ଦେଶର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସେ ମୌଳବାଦୀ ବା କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରିଛନ୍ତି। ମାସୁଦ ପେଜେଶକିଆନ ହିଜାବ...

ମଙ୍ଗଳ ଗ୍ରହରେ ହେବ ଯୁଦ୍ଧ…ଶେଷ ହେବ ବିଶ୍ୱ…ବାବା ଭେଙ୍ଗାଙ୍କ ନୂଆ ଭବିଷ୍ୟବାଣୀ

ସୋଫିଆ,୬।୭: ସଠିକ ଭବିଷ୍ୟବାଣୀ ଦେବାକୁ ନେଇ ପ୍ରସିଦ୍ଧ ବୁଲଗେରିଆର ବାବା ଭେଙ୍ଗା (ବାଲକାନ)ଙ୍କ ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି । ସେଥିମଧ୍ୟରୁ ବିଶ୍ୱ ବାଣିଜ୍ୟ କେନ୍ଦ୍ର...

୧୨ରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ପ୍ରଚଣ୍ଡ

କାଠମାଣ୍ଡୁ,୬ା୭(ପି.ଟି.): ନେପାଳର ମେଣ୍ଟ ସରକାରରୁ ୨ ବଡ଼ ମେଣ୍ଟ ସହଯୋଗୀ ଓହରିଯିବା ପରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସଙ୍କଟରେ ପଡ଼ିଛନ୍ତି। ଆସନ୍ତା ୧୨ ତାରିଖରେ...

ଡେଭିଡ୍‌ ଲାମି ନୂଆ ବହିର୍ବ୍ୟାପାର ସଚିବ

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟର୍ମର ଶୁକ୍ରବାର ଲେବର ଏମ୍‌ପି ଡେଭିଡ୍‌ ଲାମିଙ୍କୁ ଦେଶର ନୂଆ ବହର୍ବ୍ୟାପାର ସଚିବ ନିଯୁକ୍ତ କରିଛନ୍ତି। ୫୧ ବର୍ଷୀୟ ଡେଭିଡ୍‌ ଭାରତ...

ହାଉସ୍‌ ଅଫ୍‌ କମନ୍ସରେ ୨୬ ଭାରତୀୟ ବଂଶୋଦ୍ଭବ

ବ୍ରିଟେନ୍‌ ପାର୍ଲାମେଣ୍ଟର ନିମ୍ନ ସଦନ ହାଉସ୍‌ ଅଫ୍‌ କମନ୍ସର ୬୫୦ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୧୦୭ ବ୍ରିଟିଶ-ଇଣ୍ଡିଆନ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରେକର୍ଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri