ଝାରସୁଗୁଡ଼ା ଅଫିସ,୧୭ା୯: ଝାରସୁଗୁଡ଼ା ଜିଲା ସଦର ଥାନା ବାଇପାସ ପାଓ୍ବାର ହାଉସ୍ ନିକଟରେ ଶୁକ୍ରବାର ସମ୍ବଲପୁର ଜିଲା ଠେଲକୁଲିସ୍ଥିତ ଭୂଷଣ ଜେଏସ୍ଡବ୍ଲ୍ୟୁ କମ୍ପାନୀର ୧୫ ନଂ ବସ୍କୁ ଏକ କୋଇଲା ବୋଝେଇ ହାଇଓ୍ବା ଧକ୍କା ଦେଇଥିଲା। ଏହି ବସ୍ରେ ୫୦ରୁ ଅଧିକ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୮ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତରମାନଙ୍କ ମଧ୍ୟରୁ ଶନିବାର ସନ୍ଧ୍ୟା ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।