ହାଓ୍ବାଇ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି

ନ୍ୟୁୟର୍କ,୧୨ା୮: ଆମେରିକାର ପ୍ରଶାନ୍ତ ମହାସାଗର ମଧ୍ୟସ୍ଥିତ ହାଓ୍ବାଇ ରାଜ୍ୟର ମଉଇ ଦ୍ୱୀପରେ ହୁତ୍‌ହୁତ୍‌ ହୋଇ ଜଙ୍ଗଲ ଜଳୁଥିଲେ ମଧ୍ୟ ନିଆଁ ଲିଭିବାର ନାଁ ନେଉନି। ଫଳରେ ଏହି ନିଆଁ ପ୍ରଭାବରେ ଲୋକଙ୍କ ମୃତ୍ୟୁସଂଖ୍ୟା ଶନିବାର ୮୦ରେ ପହଞ୍ଚିଛି। ଏତଦ୍‌ବ୍ୟତୀତ ୧୪୧୮ ଜଣ ଲୋକ ଜରୁରିକାଳିନ ନିରାପତ୍ତା ଆଶ୍ରୟସ୍ଥଳରେ ରହିଛନ୍ତି। ମାଉ କାଉଣ୍ଟି ଅଧିକାରୀମାନେ କହିଛନ୍ତି ଯେ, ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ସାମୁଦ୍ରିକ ଝଡ଼ ଡୋରା ଯୋଗୁ ଖୁବ୍‌ ଜୋର୍‌ରେ ପବନ ବହୁଥିବାରୁ ହାଓ୍ବାଇ ଦ୍ୱୀପର ନିଆଁ ଚାରିଆଡ଼କୁ ଦ୍ରୁତଗତିରେ ବ୍ୟାପୁଛି। ନିଆଁକୁ ଆୟତ୍ତ କରିବା ପାଇଁ ନୌସେନାକୁ ନିୟୋଜିତ କରାଯାଇଛି।

ସୂଚନାଯୋଗ୍ୟ, ଏଠାରେ ଥିବା ଲହାଇନା ଦ୍ୱୀପକୁ ବର୍ଷକୁ ୨୦ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି। ତେବେ ଜଙ୍ଗଲ ନିଆଁ ଯୋଗୁ ସହର ସୌନ୍ଦର୍ଯ୍ୟ ହରାଇବସିଛି। ଏହା ପୂର୍ବାବସ୍ଥାକୁ ଫେରିବା ପାଇଁ ଅନେବ ବର୍ଷ ଲାଗିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।

Share