Categories: ଜାତୀୟ

ବିଷାକ୍ତ ମଦ ପିଇ ୪ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି

ଅହମଦାବାଦ,୨୫।୭: ଗୁଜରାଟର ବୋଟାଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବୋଟାଡ ଜିଲା ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାବନଗର ଓ ବୋଟାଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ତେବେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ଏହି ମଦ କେଉଁଠାରୁ ଆସିଲା, କିଏ ଏମାନଙ୍କୁ ଦେଇଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ ଯାଏ କୌଣସି ସ୍ପଷ୍ଟ ହୋଇନାହିଁ।

Share