Advertisement

ଜାତୀୟ ସ୍କେଟିଂରେ ଦେବାଂଶଙ୍କୁ ସ୍ବର୍ଣ୍ଣ

ଢେଙ୍କାନାଳ ଅଫିସ, ୪ା୭: ଜାତୀୟ ଦ୍ୱିତୀୟ ର଼୍ୟାଙ୍କିଙ୍ଗ୍‌ ରୋଲର ସ୍କେଟିଂ ପ୍ରତିଯୋଗିତାର ସବ୍‌ଜୁନିୟର ବର୍ଗ (୧୧ରୁ ୧୪ବର୍ଷ)ରେ ସ୍ବର୍ଣ୍ଣପଦକ ଜିତି ଢେଙ୍କାନାଳର ଗୌରବ ବଢ଼ାଇଛନ୍ତି ଏ.ଆର୍‌. ଦେବାଂଶ। ଗତ ଜୁନ୍‌ ୧୭ରୁ ୧୯ ତାରିଖ ଯାଏ ରାୟପୁର ସାରୋନାସ୍ଥିତ କ୍ରିଷ୍ଣା ପବ୍ଲିକ ସ୍କୁଲ ପରିସରରେ ରୋଲର୍ସ ସ୍କେଟିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ୧୦୦୦ ମିଟର ଟ୍ରାକ୍‌ ଦୌଡ଼ରେ ଦେବାଂଶ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସ୍ଥାନୀୟ କୁଞ୍ଜକାନ୍ତ ଅଞ୍ଚଳର ବାପା ଅଜୟ ଭୂଷଣ ସାହୁ ଏବଂ ମା’ ରଶ୍ମିତା ରାଉତଙ୍କ ଏକମାତ୍ର ପୁଅ ଦେବାଂଶ ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ୭ମ ଶ୍ରେଣୀ ଛାତ୍ର। ଆଗାମୀ ଦିନରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଧିକରୁ ଅଧିକ ପଦକ ଜିତିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel