ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଦେବାଂଶ

କୃଷ୍ଣପ୍ରସାଦ,୨୭୯।(ଡି.ଏନ୍‌.ଏ.): ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ପାରିକୁଦ ଗଡ଼ର ୨ବର୍ଷ ୭ ମାସର ଦେବାଂଶ ପାତ୍ର ସ୍ଥାନ ପାଇଛନ୍ତି। ସେ ୪୦ଟି ପଶୁଙ୍କ ନାମ, ୪୮ ପକ୍ଷୀ, ୨୨ଯାନବାହନ, ୨୨ ଗାଡ଼ିର ଲୋଗୋ, ୩୫ ବିଶିଷ୍ଟ ବ୍ୟକ୍ତି, ୨୨ ଦେଶ, ୨୩ ଫଳ,୨୭ ପନିପରିବା, ୨୦ କୀଟପତଙ୍ଗ, ୧୦ ସରୀସୃପ, ୧୬ ବାଦ୍ୟଯନ୍ତ୍ର, ୧୫ ଐତିହାସିକ ପୀଠ, ୨୬ ପ୍ରକାର ଖେଳ, ୧୨ ଜାତୀୟ ସଙ୍କେତ ନାମ, ୧୪ ପର୍ବପର୍ବାଣି, ୨୮ ରାଜ୍ୟର ରାଜଧାନୀର ନାମ କହିବା ସହ ଜାତୀୟ ସଙ୍ଗୀତ ଗାନ କରି ଏହି ସଫଳତା ହାସଲ କରିଛନ୍ତି। ଏହି ସଫଳତା ପରେ ଦେବାଶିଷ ପାତ୍ର ଓ ଦୀପ୍ତିମୟୀଙ୍କ ପୁଅ ଦେବାଂଶଙ୍କ ନିକଟକୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚିବାରେ ଲାଗିଛି। ୧ବର୍ଷ ପରେ ଦେବାଂଶ ଯାହା ଦେଖୁଥିଲା କିମ୍ବା ଶୁଣୁଥିଲା ତାହା ମନେ ରଖିଦେଉଥିଲା ବୋଲି ତାଙ୍କ ମା’ ଦୀପ୍ତିମୟୀ କହିଛନ୍ତି।

Share