Advertisement

ଦେବେଶ ବିଜେଡ଼ି ରାଜ୍ୟ ସଂଯୋଜକ କମିଟି ସଦସ୍ୟ ହୋଇଥିବାରୁ କୃତଜ୍ଞତା

ବରଗଡ଼,୬ା୮: (ପ୍ରେମାନନ୍ଦ ଖମାରୀ):ବିଜେଡ଼ି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ରାଜ୍ୟସ୍ତରୀୟ ସଂଯୋଜକ କମିଟି ଗଠନ କରିଛନ୍ତି। ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଥିରେ ୧୫ଜଣିଆଁ ଟିମ୍‌ ରହିଛନ୍ତି। ଏହି ଟିମ୍‌ରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନାମ ରହିଛି। ପୂର୍ବତନ ବିଧାୟକ ଆଚାର୍ଯ୍ୟଙ୍କ ପ୍ରତି ଆସ୍ଥା ପ୍ରକଟ କରି ଦଳର ରାଜ୍ୟ ସଭାପତି ଦେବେଶଙ୍କୁ ଏହି କମିଟିକୁ ମନୋନୀତ କରିଥିବା ଯୋଗୁ ବରଗଡ଼ ବିଜେଡ଼ି ଟାଉନ ସଭାପତି କିଶୋର ମିଶ୍ର, ବ୍ଲକ ବିଜେଡ଼ି ସଭାପତି ପ୍ରଫୁଲ୍ଲ କୁମାର ନାଏକଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଦେବେଶଙ୍କୁ ଅଭିନନ୍ଦନ ଜ୍ଞାପନ ସହିତ ଦଳର ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share