ଦେବାଶିଷଙ୍କୁ ମିଳିଲାନି ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର,୨୦।୬: ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଶନିବାର କଟକ ଖାନ୍‌ନଗରସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଛି। ପୁଅ ପ୍ରତ୍ୟୟ ମୁଖାଗ୍ନି ଦେଇଥିବାବେଳେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀ, ସୁଧାଂଶୁ ଷଡ଼ଙ୍ଗୀ, ସୌମେନ୍ଦ୍ର ପ୍ରିୟଦର୍ଶୀ, ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇ ନ ଥିଲା। ଦେବାଶିଷଙ୍କ ଭଳି ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକଙ୍କ ମରଶରୀରକୁ ସମ୍ମାନ ଦୃଷ୍ଟିରୁ ପୋଲିସ ମୁଖ୍ୟାଳୟ କିମ୍ବା ଭିଜିଲାନ୍ସ ମୁଖ୍ୟାଳୟକୁ ନିଆଯାଇ ପାରିଥାନ୍ତା। ମାତ୍ର ତାହା କରାଯାଇ ନ ଥିଲା। କେବଳ ଔପଚାରିକ ଭାବେ ପୋଲିସ ମହାନିର୍ଦ୍ଦେଶକ ଓ କେତେଜଣ ବରିଷ୍ଠ ପୋଲିସ ଅଧିକାରୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶୋକ ପ୍ରକାଶ କରିଥିଲେ।

ନିକଟରେ ସ୍ବର୍ଗତ ବିଜୟ ମହାନ୍ତି, ଅଜିତ ଦାସ, ରାଜୁ ମିଶ୍ର, ରଘୁନାଥ ମହାପାତ୍ର, କବି ରବି ସିଂହ, ମନୋଜ ଦାସ, ଶିକ୍ଷାବିତ୍‌ ବିଜୟ ସାହୁଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିବା ବେଳେ ଦେବାଶିଷଙ୍କୁ ଏଭଳି ଅସମ୍ମାନ ବୁଦ୍ଧିଜୀବୀ ଏବଂ ପୋଲିସ ମହଲରେ ସହଜରେ ଗ୍ରହଣ କରିଯାଇ ପାରୁନାହିଁ। ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆ ନ ଯିବା ରାଜ୍ୟ ପୋଲିସ ବିଭାଗରେ ଓଡ଼ିଆ ଓ ଅଣ-ଓଡ଼ିଆଙ୍କୁ ନେଇ ଚାଲିଥିବା ଶୀତଳଯୁଦ୍ଧ ପଦାକୁ ଆସିଛି ବୋଲି କୁହାଯାଉଛି। ଗାର୍ଡ ଅଫ ଅନର୍‌ ଦିଆ ନ ଯିବା ଘଟଣା ଅନେକ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ବ୍ୟଥିତ କରିଥିଲେ ମଧ୍ୟ କେହି ମୁହଁ ଖୋଲି କିଛି କହିବାକୁ ସାହସ କରୁ ନାହାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଦେବାଶିଷ ଜଣେ ସୁଗାଳ୍ପିକ ଏବଂ ଖ୍ୟାତିସମ୍ପନ୍ନ ଲେଖକ ଥିଲେ। ସେ ନିଜ କ୍ଷୁଦ୍ର ଗଳ୍ପ ସଂକଳନ ‘ତଥା କଥିତ’ ପାଇଁ ୨୦୦୨ରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କ ଲିଖିତ କେତେକ ଗଳ୍ପର ଇଂଲିଶ ଅନୁବାଦ କରାଯାଇ ବେଜିଂ ଓ ଲଣ୍ଡନ ପୁସ୍ତକ ମେଳାରେ ପ୍ରଦର୍ଶିତ ହୋଇଛି।

ଓଁକାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ମଝିରେ ଗର୍ଜିଲେ ନବୀନ, ଭାଜପା କହିଲା…

ଭୁବନେଶ୍ୱର,୬।୧: ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋୟର ପିଏମଜିରୁ ଓଡ଼ିଶା ସରକାରଙ୍କୁ ବର୍ଷିଛନ୍ତି ନବୀନ। ନବୀନ ଦଳବଳ ସହ...

ଦରଦାମ୍‌ ବୃଦ୍ଧି ନେଇ ନବୀନଙ୍କ କଡ଼ା କଥା, କହିଲେ ଡବଲ ଇଞ୍ଜିନ ସରକାର ଲୋକଙ୍କୁ…

ଭୁବନେଶ୍ୱର,୬ା୧: ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ସୋମବାର ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି ।ଲୋୟର ପିଏମ୍‌ଜି ଠାରେ ୨୫ରୁ ୩୦ ହଜାର ଲୋକଙ୍କୁ ଏକାଠି କରି ଦରବୃଦ୍ଧି ପ୍ରସଙ୍ଗରେ...

ଅସହାୟଙ୍କ ମୁହଁରେ ଫୁଟିଲା ହସ

ଭୁବନେଶ୍ୱର,୬।୧: ଭୁବନେଶ୍ୱରର ଚନ୍ଦକାସ୍ଥିତ ଗୋଡ଼ି ବାରିର ଚାରୋଟି ବସ୍ତିରେ ରହୁଥିବା ଅସହାୟ ଲୋକଙ୍କୁ କଟକର ଅଗ୍ରଣୀ ସାମାଜିକ ସଂଗଠନ ‘ଶ୍ରୀହରି ଫାଉଣ୍ଡେଶନ’ ପକ୍ଷରୁ ପାଖାପାଖି ଦୁଇଶହ...

ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା

ଅନୁଗୋଳ,୬ା୧: ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ...

ବର୍ଷାଙ୍କୁ ଚ୍ୟାଲେଞ୍ଜ ଦେଲେ ଅନୁଭବ, କହିଲେ ଆସ ଚ୍ୟାନେଲରେ ବସି ମୁହାଁମୁହିଁ ଆଲୋଚନା କରିବା

ଭୁବନେଶ୍ୱର,୬।୧: ଓଲିଉଡର ଚର୍ଚ୍ଚିତ ଯୋଡ଼ି ବର୍ଷା ପ୍ରିୟଦର୍ଶନୀ-ଅନୁଭବ ମହାନ୍ତି କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ପ୍ରଥମେ ଅନୁଭବ ତାଙ୍କ ଅଟୋବାୟୋଗ୍ରାଫି...

୧୫ ସୁଦ୍ଧା ଜିଲା ସଭାପତି ତାଲିକା ଘୋଷଣା କରିବ ଭାଜପା

ଭୁବନେଶ୍ୱର, ୬ା୧(ସୁନିତ୍‌ ମିଶ୍ର): ଭାଜପାର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହୋଇଯିବ। ଆସନ୍ତା ୧୫ ତାରିଖ ଭିତରେ ସବୁ ଜିଲାର ସଭାପତି ପଦ ଘୋଷଣା...

ଏମ୍‌ପିଙ୍କ ନାଁ ନ ଥିବାରୁ ବିଧାୟକ ନାଁରେ କଳା ବୋଳିଲେ

ଭୁବନେଶ୍ୱର, ୬ା୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ରବିବାର ସହରର ୩ଟି ସ୍ଥାନରେ ଶୌଚାଳୟ ଉଦ୍‌ଘାଟିତ ହୋଇଛି। ଓ୍ବାର୍ଡ ନଂ. ୩୭...

ଓଡ଼ିଶା ଚାଷୀଙ୍କ ଧାନ କିଣୁଛି ଆନ୍ଧ୍ର

ପାରଳାଖେମୁଣ୍ଡି,୬ା୧(ଗିରିଧାରୀ ପରିଛା): ଓଡ଼ିଶା ସରକାର ବାହାର ରାଜ୍ୟକୁ ଧାନ ଚାଲାଣ ଓ ଅସାଧୁ ବ୍ୟବସାୟ ରୋକିବା ପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇ ନାକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri