ଛତ୍ରପୁର,୨୪।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନାର ନୂତନ ଅଧିକାରୀ ଭାବେ ଦେବାଶିଷ ମହାନ୍ତି ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁରୀ ଜିଲା ଡେଲାଙ୍ଗ ଥାନାରୁ ଏଠାକୁ ତାଙ୍କର ବଦଳି ହୋଇଛି। ଏହାପୂର୍ବରୁ ସେ ଗଞ୍ଜାମ ଜ଼ିଲାର ଭଞ୍ଜନଗର, ଦିଗପହଣ୍ଡି, କୋଦଳା ଥାନାରେ କାର୍ଯ୍ୟ କରିଛନ୍ତି। ଟ୍ରାଫିକ ସମସ୍ୟା ସମାଧାନ ଓ ଶାନ୍ତି ଶୃଙ୍ଖଳା ରଖିବା ପ୍ରାଥମିକତା ରହିବ ବୋଲି ସେ ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ କହିଛନ୍ତି। ଏଠାର ଥାନା ଅଧିକାରୀ ନିରୋଦ କୁମାର ଦାସଙ୍କ ଅନ୍ୟତ୍ର ବଦଳି ହୋଇଥିଲା।