Posted inଖେଳ

ନେପାଳରେ ଟାଇଟଲ ଜିତିଲେ ଓଡ଼ିଶାର ଦେବାଶିଷ

ଭୁବନେଶ୍ୱର, ୫।୨: ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ କରି ସମ୍ପ୍ରତି ଚର୍ଚ୍ଚାରେ ରହିଥିବା ଓଡ଼ିଶା ଟେନିସ ପ୍ରତିଭା ଦେବାଶିଷ ସାହୁ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଜୁନିୟର ଆଇଟିଏଫ୍‌ ଜେ୬୦ ଟୁର୍ନାମେଣ୍ଟର ସିଙ୍ଗଲ୍ସରେ ସେ ଚାମ୍ପିୟନ ଓ ଡବଲ୍ସରେ ରନରଅପ୍‌ ହୋଇଛନ୍ତି। ପୂର୍ବରୁ ଜୁନିୟର ଡେଭିସ୍‌ କପ୍‌ ଖେଳି ସାରିଥିବା ଦେବାଶିଷ ପ୍ରଥମ ଓଡ଼ିଆ ଖେଳାଳିଭାବେ ଏପରି ସଫଳତା ପାଇଛନ୍ତି ଏବଂ ଓ୍ବାଲର୍‌ଡ ଆଇଟିଏଫ୍‌ ର଼୍ୟାଙ୍କିଙ୍ଗ୍‌ର ୩୫୦ରେ ପହଞ୍ଚତ୍ ଯାଇଛନ୍ତି। ଫଳରେ ଗ୍ରାଣ୍ଡସ୍ଲାମ ଖେଳିବା ଦିଗରେ ସେ ଆଗକୁ ବଢ଼ିଛନ୍ତି। ନେପାଳ ପ୍ରତିଯୋଗିତାର ସିଙ୍ଗଲ୍ସ ଫାଇନାଲ ଅବସରରେ ସେ ଦ୍ୱିତୀୟ ସିଡ୍‌ ତାଇଓ୍ବାନର କାଇ ଇନ୍‌ ୟାଙ୍ଗ୍‌ଙ୍କୁ ୬-୧, ୪-୪, ୭-୬ (୭/୩)ରେ ପରାସ୍ତ କରିଥିଲେ। ଫାଇନାଲରେ ଟପ୍‌ ସିଡ୍‌ ଖେଳାଳି ଭିଏତନାମ୍‌ର ଫାମ୍‌ ଲା ହ୍ବାଙ୍ଗ ଆନ୍‌ଙ୍କୁ ୪-୬, ୬-୧, ୬-୩ ସେଟ୍‌ରେ ହରାଇ ଦେଇଥିଲେ। ଡବଲ୍ସରେ ଦେବାଶିଷ ଓ ସ୍ମିଥ ପଟେଲଙ୍କ ଯୋଡ଼ି ସେମିଫାଇନାଲରେ ହଂକଂର ହୋଙ୍ଗ୍‌ କିଉ ଲାଉ ଓ ଭାରତର ବଂଶ ନନ୍ଦାଲଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ଟାଇଟଲ ପର୍ଯ୍ୟାୟରେ ଆମେରିକାର ଆରାଭ ସମ୍ରାଟ ହାଦା ଓ ନେପାଳର ଆକି ଜୁବେନ ରାଓ୍ବତ ଯୋଡ଼ିଙ୍କଠାରୁ ୬-୩, ୫-୭ ଓ ସୁପର ଟାଇବ୍ରେକର ୮-୧୦ରେ ହାରି ଯାଇଥିଲେ। ଢେଙ୍କାନାଳ ଗଁଦିଆର ଅନୁକମ୍ପା ସାହୁ ଓ ଲକ୍ଷ୍ମୀକାନ୍ତ ସାହୁଙ୍କ ପୁତ୍ର ଦେବାଶିଷ ଏବେ ଅହମଦାବାଦସ୍ଥିତ ଅଲଟୋଭେଲ ଆଲେକଜାଣ୍ଡର ଓ୍ବାସ୍‌କେ ଟେନିସ ଏକାଡେମୀରେ ଶ୍ରୀମଲ ଭଟ୍ଟଙ୍କଠାରୁ କୋଚିଂ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଥ୍ରୋ ବେଳେ ହେଲ୍‌ମେଟ୍‌ରେ ପଶିଗଲା ବଲ୍‌,ବ୍ୟାଟ୍ସମ୍ୟାନ ଗୁରୁତର ଆହତ; ଆମ୍ବୁଲାନ୍ସ ଯୋଗେ…

ନୂଆଦିଲ୍ଲୀ,୫।୪: ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ତୃତୀୟ ମ୍ୟାଚରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବେ ଓଭାଲରେ ଅନୁଷ୍ଠିତ ଏହି ମ୍ୟାଚ...

ପ୍ରଥମଥର ପଡ଼ିଆରେ ନଜର ଆସିଲେ ଧୋନୀଙ୍କ ମାତା ପିତା, ଅନେକ କିଛି ଅନୁମାନ ଲଗାଇଲେଣି ପ୍ରଶଂସକ

ନୂଆଦିଲ୍ଲୀ,୫।୪: ଭାରତୀୟ ଦଳର ଷ୍ଟାର ଅଧିନାୟକ ଏବଂ ଦେଶ ପାଇଁ ତିନୋଟି ICC ଟ୍ରଫି ଜିତିଥିବା ମହେନ୍ଦ୍ର ସିଂହ ଧୋନି ଏବେ କେବଳ IPL ଖେଳୁଛନ୍ତି।...

ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଝଗଡ଼ା, କଥା ଗଲା ମାଡପିଟ ପର୍ଯ୍ୟନ୍ତ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଇସଲାମାବାଦ,୫।୪: ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ଅତି ଶୋଚନୀୟ ଭାବେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ଏହି ସିରିଜକୁ ୩-୦ରେ ଜିତିଛି। ସିରିଜର ତୃତୀୟ ଏବଂ ଅନ୍ତିମ...

ଏବେ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି IPL ଟିମର ଏହି କ୍ୟାପଟେନ, ଶୁବମନ ଗିଲଙ୍କ ସମେତ ଏମାନଙ୍କୁ ମିଳିନାହିଁ ଲାଇଫ ପାର୍ଟନର

ନୂଆଦିଲ୍ଲୀ,୫।୪: ଗତ ବର୍ଷ IPL ୨୦୨୫ ପାଇଁ ଏକ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା, ଯାହା ପରେ ଅନେକ ଦଳ ପରିବର୍ତ୍ତନ ହୋଇଥିବା ଦେଖାଯାଇଥିଲା। ଦଳଗୁଡ଼ିକ...

CSK vs DC: ଲଗାତର ହାରିବା ପରେ ଚେନ୍ନାଇ ସୁପର କିଙ୍ଗସ ବଦଳାଇଲା ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୫।୪: ଆଇପିଏଲ ୨୦୨୫ର ୧୭ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଦିଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଗଣିବେ ପନ୍ତ, ଦିଗ୍‌ବେଶଙ୍କ ପାଉଣାରୁ ୫୦% କଟିଲା 

ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଏକ ଦମ୍‌ଦାର ବିଜୟ ହାସଲ କରିଥିଲା। ହେଲେ ଅଧିନାୟକ ରିଷଭ ପନ୍ତଙ୍କୁ...

ଧୋନୀଙ୍କ ଭଳି ଖେଳୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା, ରାଗିଗଲେ ଆକାଶ ଅମ୍ବାନୀ; ପ୍ରତିକ୍ରିୟା Viral

ନୂଆଦିଲ୍ଲୀ,୫।୪: ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ଜାରି ରହିଛି। ଦଳ ଏହି ସିଜନରେ ୩ ମୁକାବିଲା ହାରି ସାରିଛି। ଏପ୍ରିଲ ୪ରେ ଲକ୍ଷ୍ନୌ...

ଡ୍ରଗ୍ସ ନେଇ ଯାଉଥିବାବେଳେ ଧରାପଡିଲେ କ୍ରିକେଟ ଅଧିନାୟକ: ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୫।୪:କ୍ରିକେଟ ଜଗତରେ ସମୟ ସମୟରେ ନୂତନ ବିବାଦ ଉପୁଜିଥାଏ। କେତେବେଳେ ମ୍ୟାଚ ଫିକ୍ସିଂ, କେତେବେଳେ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସେ। ଏବେ ଏକ ଦେଶର ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image