‘ଦରକାର ବେଳେ ପାଣ୍ଡିଆନ୍‌, ବବିଙ୍କ ପାଖକୁ ଦୌଡୁଥିଲେ, ଆଉ ଏବେ…’ ପ୍ରଭାତଙ୍କୁ ନେଇ ଭିତିରି କଥା କହିଦେଲେ ଦେବାଶିଷ

ଭୁବନେଶ୍ୱର,୮।୭: ବିଜେଡି ଶୋଚନୀୟ ପରାଜୟକୁ ନେଇ ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ପ୍ରଣବ ପ୍ରକାଶ ଦାସ (ବବି )ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। ଯାହାକୁ ନେଇ ଏବେ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସିବିଆଇ ମାମଲାରୁ ବର୍ତ୍ତିବାକୁ ପ୍ରଭାତ ଭାଜପା ଆଡ଼କୁ ଢଳୁଥିବା ଲାଗୁଛି। ପ୍ରଭାତ ବାବୁ ଦରକାର ପଡ଼ିବା ବେଳେ ପାଣ୍ଡିଆନ୍‌, ବବି ପାଖକୁ ଦୌଡୁଥିଲେ। ପାଣ୍ଡିଆନ୍‌ କାମ କଲା ବେଳେ ତ ପ୍ରଭାତ ତାଙ୍କୁ ସମାଲୋଚନା କରୁନଥିଲେ।

ପରାଜୟ ନେଇ ଏବେ ସେ ପ୍ୟାରୀ ବାବୁଙ୍କ ଲୁହ ପଡ଼ିଲା ବୋଲି କହୁଛନ୍ତି। ପ୍ୟାରୀଙ୍କ ଷଡ଼ଯନ୍ତ୍ର ବେଳେ ଏ ବାବୁଙ୍କ ପ୍ରମୁଖ ଭୂମିକା ଥିବା ସ୍ପଷ୍ଟ ହେଉଛି। ତେବେ ଦେବାଶିଷଙ୍କ ଆରୋପ ନେଇ ପ୍ରଭାତ ବିଶ୍ବାଳଙ୍କ ପ୍ରତିକ୍ରିୟା ଏଯାଏ ମିଳିପାରିନି।