ଆଲିଙ୍ଗନକୁ ନେଇ ଚର୍ଚ୍ଚାରେ ଦେବାଶିଷ, ଅରିନ୍ଦମ୍‌

କଟକ,୨୫ା୧(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଓ ଅଭିନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାଏଙ୍କୁ ନେଇ ସହରରେ ଚର୍ଚ୍ଚା ହୋଇଛି। ବୁଧବାର କଟକ ବକ୍ସି ବଜାରଠାରେ ଅନୁଷ୍ଠିତ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନବେଳେ ମଞ୍ଚରେ ଦୁହେଁ ଦୁହିଁଙ୍କ ହାତ ଧରି ଆଲିଙ୍ଗନ କରିଥିଲେ। ଏଭଳି ଦୃଶ୍ୟ ସାଧାରଣ ଲୋକଙ୍କୁ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି। ତେବେ ନେତାଜୀ ଜୟନ୍ତୀରେ ମଙ୍ଗଳବାର ସନ୍ଧ୍ୟାରେ ସହରର ଗୋଟିଏ ପଟେ ବିଜୁ ଛାତ୍ର ଜନତା ଦଳର ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଅନ୍ୟପଟେ ଅରିନ୍ଦମ ନିଜ ସମର୍ଥକଙ୍କୁ ନେଇ ଶୋଭାଯାତ୍ରା କରିଥିଲେ। ଉଭୟ ଶୋଭାଯାତ୍ରା ନେତାଜୀ ସଂଗ୍ରହାଳୟରେ ଗୋଟିଏ ସମୟରେ ପହଞ୍ଚିଥିଲା। ବିଜୁ ଛାତ୍ର ଜନତା ଦଳର ମଶାଲ ଶୋଭାଯାତ୍ରାରେ ଜିଲା ସଭାପତି ଦେବାଶିଷ ଉପସ୍ଥିତ ଥିଲେ। ହେଲେ ନେତାଜୀ ସଂଗ୍ରହାଳୟରେ ପହଞ୍ଚିବା ପରେ ଦେବାଶିଷ ଓ ଅରିନ୍ଦମ ଉଭୟଙ୍କୁ ଅଣଦେଖା କରିଥିବା ଚର୍ଚ୍ଚା ହୋଇଥିଲା। ମଙ୍ଗଳବାର ହୋଇଥିବା ଶୋଭାଯାତ୍ରାକୁ ନେଇ ଅରିନ୍ଦମ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ତାଙ୍କୁ ଡକାଯାଇ ନାହିଁ ଏବଂ ସେ ଛାତ୍ର ନୁହନ୍ତି। ଏ ସମ୍ପର୍କରେ ଦେବାଶିଷ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ହେଲେ ଏହାର କିଛି ଘଣ୍ଟା ପରେ ଅର୍ଥାତ୍‌ ବୁଧବାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମରେ ଉଭୟ ଉଭୟଙ୍କୁ ଆଲିଙ୍ଗନ କରିବା କଟକର ରାଜନୈତିକ ବାତାବରଣକୁ ସରଗରମ କରିଛି।

ଏ ସମ୍ପର୍କରେ ଦେବାଶିଷ କହିଛନ୍ତି, ଭାଇଚାରାର ସହର କଟକରେ ସବୁ କିଛି ଚଳେ। ମଙ୍ଗଳବାର ନେତାଜୀଙ୍କ ନାତିଙ୍କୁ ନେଇ ବିଜୁ ଛାତ୍ର ଜନତା ଦଳକୁ ଶୋଭାଯାତ୍ରା କରିବାର ସୁଯୋଗ ମିଳିଥିଲା। ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ଭାବେ ଆୟୋଜନ କରାଯାଇ ନ ଥିଲା। ଅରିନ୍ଦମ ସମସ୍ତଙ୍କୁ ଏକ୍‌ଜୁଟ କରି ବ୍ୟକ୍ତିଗତ ଭାବେ ଶୋଭାଯାତ୍ରା କରିଥିଲେ। ନେତାଜୀ ସଂଗ୍ରହାଳୟଠାରେ ମୋର ଅରିନ୍ଦମ୍‌ଙ୍କ ସହ ଭେଟ ହୋଇ ନ ଥିଲା। ହେଲେ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ତାଙ୍କ ସହିତ ସାମ୍ନାସାମ୍ନି ହେବା ସହ କଥା ହୋଇଛି। ଅରିନ୍ଦମ ମୋର ସାନଭାଇ ଏବଂ ଦଳର ରାଜ୍ୟ ସାଧାରଣ ସମ୍ପାଦକ। ରାଜନୀତି ଅଲଗା ବାଟରେ ଓ ମୋର ଅରିନ୍ଦମଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଅଲଗା ରହିଛି। ଅରିନ୍ଦମ ଟିକେଟ ପାଇଲେ ଲଢ଼ିପାରନ୍ତି। ଏପରି କି କୌଣସି ବ୍ୟକ୍ତି ମଧ୍ୟ ନିର୍ବାଚନ ଲଢ଼ିପାରିବେ ବୋଲି ଦେବାଶିଷ କହିଛନ୍ତି। ଅପରପକ୍ଷରେ ଅରିନ୍ଦମ କହିଛନ୍ତି, ମଙ୍ଗଳବାର ଶୋଭାଯାତ୍ରା ମୋର ବ୍ୟକ୍ତିଗତ ଓ ଏକ ଅନୁଷ୍ଠାନକୁ ନେଇ ରହିଥିଲା। ଦଳୀୟ କାର୍ଯ୍ୟକ୍ରମରେ ଡକା ହେଲେ ମୁଁ ଉପସ୍ଥିତ ରହିଥାଏ। ମଙ୍ଗଳବାର ଶୋଭାଯାତ୍ରା ସମ୍ପର୍କରେ ଅବଗତ ନ ଥିଲି। ତେଣୁ ଶୋଭାଯାତ୍ରା ମୁଁ ଉପସ୍ଥିତ ନ ଥିଲି, ଏହାର କାରଣ ଉକ୍ତ ବ୍ୟକ୍ତି ହିଁ କହି ପାରିବେ। କଟକରେ ସମସ୍ତଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଭଲ ଥାଏ। ବିଜେଡିରୁ ଟିକେଟ ମିଳିଲେ ନିଶ୍ଚିତ ନିର୍ବାଚନ ଲଢ଼ିବି। ଜିଲା ସଭାପତି ସମର୍ଥନ କରୁଛନ୍ତି, ପ୍ରଥମେ ଧନ୍ୟବାଦ ଜଣାଇବି। ଯଦି ଟିକେଟ ନ ମିଳେ ତେବେ ତାହା ସମୟ କହିବ ବୋଲି ଅରିନ୍ଦମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ ଖାଲରୁ ବୃଦ୍ଧଙ୍କ ମୃତଦେହ ମିଳିବା ଘଟଣା: ଧକ୍କା ଦେଇଥିବା ଟ୍ରକ ଜବତ ଚାଳକ ….

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ମୃତଦେହ ଶୁକ୍ରବାର ରାସ୍ତାକଡ ଖାଲରୁ ମିଳିଥିଲା। ଦୁର୍ଘଟଣାରେ...

ସିଡିଓଙ୍କ ସମୀକ୍ଷା: ଯୋଗ୍ୟ ହିତାଧିକାରୀ ପିଏମଏୱାଇରୁ ବାଦ ପଡିିଲେ କାର୍ଯ୍ୟନୁଷ୍ଠାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରିଣୀ ( ସିଡିଓ) ମଧୁସ୍ମିତା ସୋମବାର ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

ଟାଇକୋଣ୍ଡା ଏକାଡେମୀର ବାର୍ଷିକ ଉତ୍ସବ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗର ଆର୍‌.ଏମ.ସି. ସଭାକକ୍ଷରେ ଭଞ୍ଜନଗର ଟାଇକୋଣ୍ଡା ଏକା କଲର ବେଲ୍ଟ ଟେଷ୍ଟ ଓ ୫ମ ବାର୍ଷିକ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ...

ଆହତ ହେଲପରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ବିଦ୍ୟୁତ ସଂଘ ପକ୍ଷରୁ କ୍ଷତିପୂରଣ ଦାବି

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଟାଟା ପାୱାର ବିଦ୍ୟୁତ ସେକ୍ସନ ରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ଥିବା ହେଲପର ବଳରାମ ସାହୁ ଗତ ୧୧ ତାରିଖରେ...

ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର...

କେନାଲରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ: ପୋଲିସ ତଦନ୍ତ ଜାରି

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ – ଭେଡେନ କେନାଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ବରଗଡ଼ ସହରର ସୁବାସ ନଗର...

ଦେଶୀମଦ ଜବତ: ଜେଲ୍‌ ଗଲେ ପୂର୍ବତନ ସମିତି ସଭ୍ୟ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ମଲ୍ଲିକଙ୍କୁ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର...

ସ୍କୁଟି ଧକ୍କାରେ ଚାଲିଗଲା ସାଇକେଲ ଚାଳକଙ୍କ ଜୀବନ

ବଡ଼ଗାଁ,୨୧ା୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମାଟିଆ ଗାଁ ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image