ଦେବାଶିଷ, ଶୁଭାଶିଷ, ଅଶ୍ୱିନୀ ରାଜ୍ୟ ସଭାକୁ ନିର୍ବାଚିତ

ଭୁବନେଶ୍ବର,୨୦।୨: ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଥିବା ଦେବାଶିଷ ସାମନ୍ତରାୟ, ଶୁଭାଷିଶ ଖୁଣ୍ଟିଆ ଏବଂ ଅଶ୍ବିନୀ ବେଷ୍ଣବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେଇ ରିଟର୍ନିଂ ଅଫିସର ଘୋଷଣା କରିଛନ୍ତି। ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଥିଲା। ଓଡ଼ିଶାରୁ ୩ଟି ରାଜ୍ୟ ସଭା ଆସନ ଖାଲି ଥିବାବେଳେ ତିନି ପ୍ରାର୍ଥୀଙ୍କ ଛଡ଼ା ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନ ଥିବାରୁ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ନେତା ଏବଂ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରୁ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପୁରୀର ଯୁବନେତା ଶୁଭାଷିଶ ଖୁଣ୍ଟିଆ ନାମାଙ୍କନ ଦାଖଲ କରିଥିଲେ। ସେହିପରି ୧୫ ତାରିଖରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଧାୟକମାନଙ୍କ ସହ ଆସି ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଦାଖଲ କରିଥିଲେ। ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରିଥିଲା। ରାଜ୍ୟ ସଭାକୁ ନିର୍ବାଚିତ ପରେ ଖୁବ୍‌ଶୀଘ୍ର ଦେବାଶିଷ, ଶୁଭାଶିଷ ଏବଂ ଅଶ୍ବିନୀ ଦିଲ୍ଲୀ ଯାଇ ଶପଥ ନେବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ୪ ଏନ୍‌ଏସ୍‌ଏସ୍‌ ଛାତ୍ରୀଛାତ୍ରଙ୍କ ଆସାମ ଗସ୍ତ

ଭବାନୀପାଟଣା,୬।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ପକ୍ଷରୁ ୪ ଜଣ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ପୂର୍ବାଞ୍ଚଳ ପ୍ରି ଆର୍‌...

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି, ଡିଇଓଙ୍କ ନିକଟରେ ଫେରାଦ ହେଲେ ଶିକ୍ଷୟିତ୍ରୀଶିକ୍ଷକ

ଲାଞ୍ଜିଗଡ,୬।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଭଟIଙ୍ଗ ପଦର ଅନ୍ତର୍ଗତ ଭଟIଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି କାର୍ଯ୍ୟକଳାପକୁ ନେଇ...

ଅଭିଯୋଗକୁ ରେଳ ବିଭାଗର ଖଣ୍ଡନ

ଢେଙ୍କାନାଳ,୬।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ମେରାମଣ୍ଡଳୀ ରେଳ ଷ୍ଟେଶନ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ୪୯ ହାତୀ ରେଳଧାରଣା...

ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା ବଢୁଛିିି

କେନ୍ଦ୍ରାପଡ଼ା, ୬ା୧୧(ଜଗନ୍ନାଥ ଧଳ):ବିରଳ ଅଲିଭରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଶୁକ୍ରବାରଠାରୁ କଟକଣା ଆରମ୍ଭ ହୋଇଛି। ନଭେମ୍ବର ପହିଲାରୁ ଆରମ୍ଭ ହୋଇଥିବା...

ଭାଜପା ଟାର୍ଗେଟରେ ୭ ବ୍ଲକର ଅଧ୍ୟକ୍ଷା-ଅଧ୍ୟକ୍ଷ ପଦବୀ: ଅଜ୍ଞାତବାସରେ ୫୦ରୁ ଊର୍ଦ୍ଧ୍ୱ ସରପଞ୍ଚ, ସମିତି ସଭ୍ୟ

ଢେଙ୍କାନାଳ,୬ା୧୧(ରତନ ନାୟାର):ଢେଙ୍କାନାଳରେ ଭାଜପା ଟାର୍ଗେଟରେ ୭ଟି ବ୍ଲକର ଅଧ୍ୟକ୍ଷା ଅଧ୍ୟକ୍ଷ ପଦବୀ ା ନିର୍ବାଚନ ପରେ ରାଜ୍ୟରେ ଭାଜପା ସରକାର ଆସିବା ପରେ ବର୍ତ୍ତମାନ ଜିଲାରେ...

ମା’ ତାରାତାରିଣୀଙ୍କୁ ବି ଛାଡ଼ିଲେନି ଚୋର: କବାଟ ଭାଙ୍ଗି ଟଙ୍କା-ଅଳଙ୍କାର ଲୁଟିନେଲେ

ପୁରୁଷୋତ୍ତମପୁର,୬।୧୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମୁଖ୍ୟ ଗେଟର କବାଟକୁ କେହି ଦୁର୍ବୃତ୍ତ...

ହତ୍ୟା ଅଭିଯୁକ୍ତଙ୍କୁ ଧରାଇଦେଲା ମାଛି:ଜାଣନ୍ତୁ କେମିତି

ଜବଲପୁର,୬ା୧୧:ମଧ୍ୟପ୍ରଦେଶର ଜବଲପୁର ଜିଲା ଚରଗାଓଁସ୍ଥିତ ଦେଓରି ତାପରିଆ ଗ୍ରାମରେ ମାଛି ଦ୍ୱାରା ଏକ ହତ୍ୟା ମାମଲାର ସମାଧାନ ହୋଇପାରିଛି। ମାଛି ଯୋଗୁ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ...

ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓଙ୍କୁ ତାଲା:ପିଡିଏସ୍‌ ଚାଉଳ ଓଜନରେ କମ୍‌

ବେତନଟୀ,୬ା୧୧(ଧରଣୀଧର ମହାନ୍ତି):ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ନଡ଼ପୁର ପଞ୍ଚାୟତରେ ମଙ୍ଗଳବାର ପିଡିଏସ୍‌ ଚାଉଳ କମ୍‌ ଦିଆଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ହିତାଧିକାରୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri