ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା, ଭୋର୍‌ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି

ପୁରୀ ଅଫିସ,୧୩।୬: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା। ଗତ ୨ ବର୍ଷ ପରେ ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ସମାଗମ ହେବେ। ମଙ୍ଗଳବାର ଭୋର୍‌ ୪ଟାରୁ ୬ ମଧ୍ୟରେ ପହଣ୍ଡି ଶେଷ ହେବ। ସେହିପରି ସକାଳ ୯ଟାରୁ ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ସ୍ନାନନୀତି ହେବ ଏବଂ ୧୨ଟା ୧୫ରେ ଛେରା ପହଁରା କରାଯିବ। ଦିନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ଗଜାନନ ବେଶ ଏବଂ ସାହାଣମେଲା ଦର୍ଶନ ସଂନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ । ରାତି ୧୦ଟାରୁ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ।

Share