ନାମାଙ୍କନପତ୍ର ଦାଖଲ କଲେ ଦେବେଶ

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ଦଳୀୟ ସମର୍ଥକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବରଗଡ଼ ଉପଜିଲାପାଳଙ୍କ ଅଫିସରେ ପହଞ୍ଚିଥିଲେ।

ସେଠାରେ ସେ ଉପଜିଲାପାଳ କୁମାର ନାଗଭୂଷଣଙ୍କୁ ପ୍ରାର୍ଥିପତ୍ର ପ୍ରଦାନ କରିଥିଲେ। ନାମାଙ୍କନ ଦାଖଲ ସମୟରେ ଦେବେଶଙ୍କ ସହିତ ତାଙ୍କ ସ୍ତ୍ରୀ ମହେଶ୍ବେତା ଏବଂ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ଉପସ୍ଥିତ ଥିଲେ।

Share