ବିବାହର ୧୦ ବର୍ଷ ପରେ ପୁଣି ଥରେ ବିବାହ କଲେ ଏହି ଚର୍ଚ୍ଚିତ ଦମ୍ପତି

ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଅଭିନେତା ଗୁରୁମିତ ଚୌଧୁରୀ ପ୍ରାୟତଃ ର୍ଚ୍ଚାରେ ରହିଥାନ୍ତି। ବିବାହର ୧୦ ବର୍ଷ ପରେ ଦ୍ୱିତୀୟଥର ପୁଣି ଉଭୟ ବଙ୍ଗଳୀ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଦେବିନା ଏବଂ ଗୁରୁମିତ ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ। ଏହି ଫଟୋ ଗୁଡ଼ିକରେ ଉଭୟ କନ୍ୟା ଏବଂ ବର ବେଶରେ ନଜର ଆସିଥିଲେ। ଦେବିନାଙ୍କୁ ପାରମ୍ପରିକ ଲାଲ ବଙ୍ଗଳା ଶାଢିରେ ଦେଖିବାକୁ ମିଳିଛି। ଗୋଟିଏ ପଟେ ଦେବିନା ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ଅନ୍ୟ ପଟେ ଗୁରୁମିତ ଧୋତି ସହିତ କ୍ରିମ ରଙ୍ଗ କୁର୍ତ୍ତାରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସୋସିଆଲ ମିଡିଆ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଦେବିନା ଲେଖିଛନ୍ତି- ଶେଷରେ..। କୁଆଡେ ଦୁହେଁ ବ୍ୟକ୍ତିଗତ ଭାବରେ ପୁନଃ ବିବାହ କରିଛନ୍ତି ଏବଂ ଏଥର ବଙ୍ଗଳା ରୀତିନୀତି ଅନୁଯାୟୀ ଏହି ବିବାହ ହୋଇଛି।
ଏହା କୁହାଯାଉଛି ଯେ ଦୀର୍ଘ ଦିନ ଧରି ଦେବିନା ଚାହୁଁଥିଲେ ଯେ ସେ ବଙ୍ଗାଳୀ ରୀତିନୀତି ଅନୁଯାୟୀ ବିବାହ କରନ୍ତୁ ଏବଂ ଶେଷରେ ତାଙ୍କର ଇଚ୍ଛା ପୂରଣ ହୋଇଛି। ପୂର୍ବରୁ ଦୁହେଁ ୨୦୧୧ରେ ବିବାହ କରିଥିଲେ।

 

Share