ପ୍ରଥମଥର ଝିଅର ମୁହଁ ଦେଖାଇଲେ ଦେବିନା-ଗୁରମିତ୍‌

ମୁମ୍ବାଇ: ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଗୁରମିତ୍‌ ଚୌଧୁରୀ ପ୍ରଶଂସକଙ୍କ ସହ ସେମାନଙ୍କର ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ କଥା ଶେୟାର କରିଆସୁଛନ୍ତି। ନିକଟରେ ସେ ତାଙ୍କର ଦ୍ୱିତୀୟ ଝିଅ ଦିବିଶାଙ୍କ ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ଦମ୍ପତ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ବଡ ଝିଅ
ଲିଆନା ଏବଂ ସାନ ଝିଅ ଦିବିଶାଙ୍କ ସହ ନଜର ଆସିଛନ୍ତି। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି।
ଦୀର୍ଘ ଦିନର ସମ୍ପର୍କ ପରେ ଦେବିନା-ଗୁରମିତ୍‌ ୨୦୧୧ରେବିବାହ କରିଥିଲେ। ତେବେ ବିବାହର ୧୧ ବର୍ଷ ପରେ, ଏହି ଦମ୍ପତି ଏପ୍ରିଲ ୨୦୨୨ରେ ଏକ ଝିଅ ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ, ଯାହାର ନାମ ସେମାନେ ଲିଆନା ରଖିଥିଲେ। ଏହା ପରେ ଆଉଥରେ ୬ ନଭେମ୍ବର ୨୦୨୨ରେ ଦେବିନା-ଗୁରୁମିତ୍‌ ଦ୍ୱିତୀୟ ଥର ମା’ବାପା ହୋଇଥିଲେ। ଯାହାଙ୍କ ନାଁ ସେମାନେ ଦିବିଶା ରଖିଛନ୍ତି।

Share