ପୁଣି ମା’ ହେବେ ଅଭିନେତ୍ରୀ ଦେବିନା

ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଦେବିନା ବାନାର୍ଜୀ ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ୪ ମାସ ପୂର୍ବେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏବେ ସେ ପୁଣି ଥରେ ମା’ ହେବେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଦେବିନା ଏହି ଘୋଷଣା କରିଛନ୍ତି।
ଦେବିନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସହ ଏକ ପୋଷ୍ଟ ଶେୟାର କରିଛନ୍ତି। ଫଟୋରେ ଦେବିନା, ତାଙ୍କ ସ୍ବାମୀ ଗୁରୁମିତ ଚୌଧରୀ ଏବଂ ଝିଅ ଲିଆନା ନଜର ଆସିଛନ୍ତି। ଏହି ସମୟରେ ଦେବିନା ତାଙ୍କ ହାତରେ ଅଲଟ୍ରାସାଉଣ୍ଡ୍‌ ଫଟୋ ମଧ୍ୟ ଧରିଛନ୍ତି। ଏହାର କ୍ୟାପଶନ୍‌ରେ ଦେବିନା କହିଛନ୍ତି, କିଛି ନିଷ୍ପତ୍ତି ଏପରି ଥାଏ, ଯାହା ପରିବର୍ତ୍ତନ କରି ହୁଏ ନାହିଁ। ଏହା ଆଶୀର୍ବାଦ। ଖୁବ୍‌ଶୀଘ୍ର ଆମକୁ ସମ୍ପୂର୍ଣ୍ଣ କରିବାକୁ ଆସୁଛି….।
ବହୁ ବର୍ଷର ପରିଶ୍ରମ ପରେ ଦେବିନା ବାନାର୍ଜୀ ସରୋଗେସି ମାଧ୍ୟମରେ ମା’ ହୋଇଥିଲେ। ଗତ ଏପ୍ରିଲ ୩ ଝିଅ ଲିଆନାଙ୍କୁ ସେ ଜନ୍ମ ଦେଇଥିଲେ।

Share