Categories: ଜାତୀୟ

ଋଣ ବୋଝ ହେଳା କାଳ: ବିଷ ପିଇଲେ ଗୋଟିଏ ପରିବାରର ୬ ସଦସ୍ୟ

ପାଟନା,୧୦।୧୧: ବିହାରର ନୱାଡା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଋଣ ବୋଝ ଯୋଗୁ ଗୋଟିଏ ପରିବାର ୬ ସଦସ୍ୟ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଏଥିମଧ୍ୟରୁ ଜଣଙ୍କ ଜୀବନ ବଞ୍ଚିଯାଇଥିବାଥିବାବେଳେ ବାକି ୫ ଜଣଙ୍କ ମୃତ୍ୟୁ ହୋଇଛି।
ପରିବାରର ମୁଖ୍ୟ କେଦାରନାଥ ଗୁପ୍ତାଙ୍କ ପରିବାର ନୱାଡା ଆଦର୍ଶ ସୋସାଇଟିର ଏକ ଭଡା ଘରେ ରହୁଥିଲେ।ନୱାଡା ପୋଲିସର କହିବାନୁସାରେ, କେଦାରନାଥ ମୂଳତଃ ରାଜୌଲିର ବାସିନ୍ଦା ଥିଲେ। କିଛି ଦିନ ପୂର୍ବରୁ ସେ ନୱାଡାରେ ନିଜ ପରିବାର ସହିତ ରହି ବ୍ୟବସାୟ କରିବା ଆରମ୍ଭ କଲେ। ବ୍ୟବସାୟ ପାଇଁ ସେ କିଛି ଲୋକଙ୍କଠାରୁ ଋଣ ନେଇଥିଲେ। ପରେ ସୁଧ ବଢ଼ିବାରେ ଲାଗିଲା ଏବଂ ସେ ଏହାକୁ ପରିଶୋଧ କରିବାକୁ ସକ୍ଷମ ହୋଇପାରିଲେ ନାହିଁ। ଟଙ୍କା ଫେରସ୍ତ କରିବାକୁ ତାଙ୍କ ଉପରେ ଚାପ ପଡୁଥିଲା। କେବଳ ଗୁପ୍ତା ନୁହେଁ ସମଗ୍ର ପରିବାରକୁ ହଇରାଣ କରାଯାଉଥିଲା। ପୋଲିସ କହିଛି ଯେ ବୋଧହୁଏ ଏହି କାରଣରୁ ସମଗ୍ର ପରିବାର ଆତ୍ମହତ୍ୟା କରିବାର ପଦକ୍ଷେପ ନେଇଥିଲେ।

Share